News World Odisha
Current News Updates

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା: ପ୍ରଭାବିତ ଜିଲ୍ଲାକୁ ପଠାଗଲା ଡ଼ାକ୍ତର…

0 96

Get real time updates directly on you device, subscribe now.

ଫୋନି ପରେ ସ୍ୱାସ୍ଥ୍ୟ ସମସ୍ୟା ଉପରେ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ। ପ୍ରଭାବିତ ହୋଇନଥିବା ଜିଲ୍ଳାରୁ ଡାକ୍ତରଙ୍କୁ ପ୍ରଭାବିତ ଜିଲ୍ଲାକୁ ପଠାଯାଇଛି। ଫୋନି ଯୋଗୁ ବର୍ତ୍ତମାନ ସୁଦ୍ଧା ୪୧ ଜଣଙ୍କ ମୃତ୍ୟୁ ହୋଇଛି। ବାତ୍ୟା ପରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ନେଇ ସମୀକ୍ଷ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଫୋନି ସମୟରେ ୩୩୦ ଜଣ ମାତୃତ୍ବ ଲାଭ କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବାନୁଯାୟୀ, ସ୍ୱାସ୍ଥ୍ୟ ବିଭାଗ ସବୁବେଳେ ସଜାଗ ରହିଛି । କଟକ ,ଭୁବନେଶ୍ୱର ଓ ପୁରୀର ସମସ୍ତ ସମସ୍ତ ହସ୍ପିଟାଲରେ ସବୁ ରୋଗର ଚିକିତ୍ସା କରାଯାଉଛି ।

ଏନେଇ ସଚିବାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ବିଭିନ୍ନ ହସ୍ପିଟାଲରେ ଅତ୍ୟାବଶ୍ୟକୀୟ ଔଷଧ ମହଜୁଦ ରଖାଯାଇଛି । ଫୋନି ଯୋଗୁ ୧୬ ଶହ ଗର୍ଭବତୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା ସ୍ୱାସ୍ଥ୍ୟ ବିଭାଗ । ସେହିପରି ଜିଲ୍ଲା ପାଇଁ ୬୦ ଜଣ, କେନ୍ଦ୍ରାପଡ଼ା ପାଇଁ ୧୧ ଜଣ ଏବଂ ଜଗତସିଂହପୁର ପାଇଁ ୧୦ ଜଣ ଡାକ୍ତରଙ୍କୁ ପଠାଯାଇଛି।

Get real time updates directly on you device, subscribe now.

Comments
Loading...