News World Odisha
Current News Updates

ପୁଣି ହସିବ ଭୁବନେଶ୍ବର

0 292

Get real time updates directly on you device, subscribe now.

ଭୁବନେଶ୍ବର ନାଁରେ ଥିଲା ନମ୍ବର ଓ୍ବାନ ସ୍ମାର୍ଟ ସିଟିର ଟ୍ୟାଗ୍‌ । ସବୁଜ ସୁନ୍ଦର ପାଇଁ ଅନେକଙ୍କୁ ଆକୃଷ୍ଟ କରୁଥିଲା ରାଜଧାନୀ । କିନ୍ତୁ ବାତ୍ୟା ଫୋନି ସବୁ ଉଜାଡି ଦେଇଛି ।  ଭାଙ୍ଗି ଯାଇଛି ଶହଶହ ଗଛ । ପୁରୁଣା ସ୍ଥିତି ଫେରିବା ପାଇଁ ଅନେକ ଦିନ ଲାଗିଯିବ । କିନ୍ତୁ ଏହି ସମୟରେ ଗୁଣ୍ଡୁଚି ମୂଷା ଭଳି କୁନିକୁନି ଛାତ୍ରଛାତ୍ରୀ ସହରବାସୀଙ୍କୁ ଦେଉଛନ୍ତି ନିଆରା ବାର୍ତ୍ତା ।

ଚାଲିଛି ଖରାଛୁଟି । ଏବେ ସମୟ ସାଙ୍ଗସାଥିଙ୍କ ସହ ମଜା କରିବାର । କିନ୍ତୁ ଏହି କୁନି ପିଲାମାନେ ଏବେ ସହରବାସୀଙ୍କୁ ଦେଉଛନ୍ତି ନିଆରା ବାର୍ତ୍ତା । ସେତୁବନ୍ଧ ବାନ୍ଧିବାରେ ଗୁଣ୍ଡୁଚି ମୂଷାର ଭୂମିକା ଭଳି ଏମାନେ ଭୁବନେଶ୍ବରର ପୁରୁଣା ରୂପ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି । ସ୍କୁଲ ପରିସରରେ ପିଲାମାନେ ଗଛ ଲଗାଉଛନ୍ତି । ମାଟି କାଦୁଅରେ ଖେଳୁଖେଳୁ କହିଦେଉଛନ୍ତି ଅନେକ କଥା ।

 ବାତ୍ୟା ପରେ ସହରର ଅବସ୍ଥା ବଦଳିଯାଇଛି ।  ଗଛ ଭାଙ୍ଗି ରାସ୍ତା ଅବରୋଧ । ଅନେକ ଦିନ ହେଲା ଘର ସାମ୍ନାରେ ଡାଳପତ୍ର ପଡିଥିଲେବି ଉଠାଇବାକୁ ବି ଅନେକ ନାରାଜ । ସଫେଇ କର୍ମଚାରୀଙ୍କୁ ଅନେକ ଲୋକ ଅପେକ୍ଷା କରିଛନ୍ତି । କିନ୍ତୁ ଏହି କୁନି ପିଲା ରାସ୍ତା ସଫା କରିବାରେ ବ୍ୟସ୍ତ ।

ବାତ୍ୟା ପ୍ରଭାବରେ ୪୦-୫୦ ବର୍ଷର ପୁରୁଣା ଗଛ ନଷ୍ଟ ହୋଇଯାଇଛି ।  ସେସବୁ ଫେରିବା ସମ୍ଭବ ନୁହେଁ, କିନ୍ତୁ ଏହି କୁନି ପିଲାଙ୍କ ପ୍ରୟାସ  ଶିଖାଇଦେଉଛି ଅନେକ କଥା ।

Get real time updates directly on you device, subscribe now.

Comments
Loading...