News World Odisha
Current News Updates

‘ଶାହା ଗୋ ବ୍ୟାକ’ କହିଲେ, ଗାଡ଼ି ଉପରକୁ ପଥର ଫିଙ୍ଗିଲେ…

0 301

Get real time updates directly on you device, subscribe now.

ପଶ୍ଚିମବଙ୍ଗ ରାଜଧାନୀ କୋଲକତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ତାଙ୍କ କର୍ମୀଙ୍କ ଦ୍ବାରା ଆୟୋଜିତ ମେଗା ରାଲି ଭଣ୍ଡୁର । କୋଲକତା ଇଶ୍ବର ବିଦ୍ୟାସାଗର କଲେଜ ସାମ୍ନାରେ କିଛି ଟିଏମସି ଦଳର ଯୁବ ଛାତ୍ର ‘ଶାହା ଗୋ ବ୍ୟାକ’ ପୋଷ୍ଟର ପ୍ରଦର୍ଶନ କରିଥିଲେ ।

ଏନେଇ କଲେଜର ବାହାର ପରିସରରେ ଉଭୟ ବିଜେପି କର୍ମୀ ଓ ଶାସକ ଦଳ କର୍ମୀଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା । କିଛି ସମୟ ମଧ୍ୟରେ ଦୁଇ ରାଜନୈତିକ ଦଳ ମଧ୍ୟରେ ସଂଘର୍ଷ ଆରମ୍ଭ ହେବା ସହ ଉଭୟଙ୍କ ପକ୍ଷରୁ ପଥର ଫିଙ୍ଗିବା ଆରମ୍ଭ କରି ଦେଇଥିଲେ । ରାଜରାସ୍ତାରେ ଗହଳି ଥିବାରୁ ମୋଟର ସାଇକେଲ କିଛି ଯାନବାହନରେ ନିଆଁ ମଧ୍ୟ ଲଗାଇବା ସହ ଅମିତ ଶାହଙ୍କ ଗାଡ଼ି ଉପରକୁ ପଥର ପିଙ୍ଗିଥିଲେ ଆକ୍ରମଣକାରୀ ।

ଏହି ଉତ୍ତେଜନା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କୋଲକତା ପୋଲିସ  ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଗିରଫ କରିଛି । ବିଜେପି ରାଲି ପାଇଁ କୌଣସି ଅନୁମତି ଆଣି ନାହାନ୍ତି ବୋଲି ଟିଏମସି ପକ୍ଷରୁ ଅଭିଯୋଗ ହୋଇଛି । ବିଜେପି ଦ୍ବାରା ଏହି ରୋଡ଼ସୋ ନାଁ ଥିଲା ‘ସେଭ ରିବ୍ଲିକ ରାଲି’ । ଏହି ରାଲି ମଧ୍ୟାହ୍ନ ୪.୩୦ରେ କୋଲକତା ରାଜରାସ୍ତରୁ ବାହାରିଥିଲା ସେହି ସମୟରେ  ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । କିଛି ଦିନ ପୂର୍ବରୁ ଶାହା ଏହିଭଳି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଥିଲେ ।

Get real time updates directly on you device, subscribe now.

Comments
Loading...