News World Odisha
Current News Updates

ଆଜିଠୁ ଫ୍ରାନ୍ସରେ ଆରମ୍ଭ ହେଉଛି କାନ୍ସ ଫିଲ୍ମ ଫେଷ୍ଟିଭାଲ…

0 112

Get real time updates directly on you device, subscribe now.

ଆଜିଠୁ ଫ୍ରାନ୍ସରେ ଆରମ୍ଭ ହେଉଛି କାନ୍ସ ଫିଲ୍ମ ଫେଷ୍ଟିଭାଲ । ୨୦୧୯ ସଂସ୍କରଣ ହେବ ଫିଲ୍ମ ଫେଷ୍ଟିଭାଲର ୭୨ ତମ ସଂସ୍କରଣ । ୧୯୪୬ରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିଲା କାନ୍ସ । ୧୧ ଦିନଧରି ଚାଲିବ ଏହି ଫେଷ୍ଟିଭାଲ । ଚଳିତବର୍ଷ କାନ୍ସରେ ଭାରତ ପକ୍ଷରୁ ଐଶ୍ୱର୍ଯ୍ୟା ରାୟ, ଦୀପିକା ପାଦୁକୋନ, ସୋନମ କପୁର, କଙ୍ଗନା ରଣାଓ୍ଵତ ଓ ହିନା ଖାନ୍‌ ପ୍ରମୁଖ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ତେବେ ଭାରତୀୟଙ୍କ ପାଇଁ ନିରାଶାର କଥା ହେଉଛି ୯ ବର୍ଷରେ ପ୍ରଥମଥର ପାଇଁ କୌଣସି ଭାରତୀୟ ଫିଲ୍ମ ପୁରସ୍କାର ଦୌଡ଼ରେ ନାହିଁ । ୨୫ ମେ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଫେଷ୍ଟିଭାଲରେ ସାରା ବିଶ୍ୱର ଚର୍ଚ୍ଚିତ ଅଭିନେତା, ନିର୍ଦ୍ଦେଶକଙ୍କ ଭିଡ଼ ଜମିବ । ଏହି ଅବସରରେ ବିଭିନ୍ନ ଭାଷାରେ ୫୩ ଫିଲ୍ମ ପ୍ରଦର୍ଶିତ ହେବ ।

Get real time updates directly on you device, subscribe now.

Comments
Loading...