News World Odisha
Current News Updates

ଫୋନିରେ ମାଗଣା ଫୋନ ଚାର୍ଜ

0 77

Get real time updates directly on you device, subscribe now.

କିଛି ବ୍ୟକ୍ତି ଅଜଣା ଥାଇକି ବି ସମସ୍ତଙ୍କ ମନରେ ସ୍ନେହର ସ୍ଥାନ ଆବୋରି ନେଇଥାନ୍ତି । କୌଣସି ସମ୍ପର୍କ ନଥାଇବି ଆପଣାର ଭାବରେ ସମସ୍ତଙ୍କ ମନକୁ କିଣି ନେଇଥାନ୍ତି। ଆମେ ଆଜି କହୁଛୁ ଏଭଳି ଜଣେ ବ୍ୟକ୍ତି ଯିଏ ଅସୁବିଧା ସମୟରେ ସାହା ହୋଇ ଠିଆ ହୋଇଥିଲେ। ଗୋଟିଏ ଛୋଟିଆ ପ୍ରୟାସ ଦ୍ୱାରା ସମସ୍ତଙ୍କର ମନକୁ କିଣିନେଉଥିଲେ। ଫୋନିର ପ୍ରଭାବ ଦ୍ୱାରା ଯେତେବେଳେ ସାରା ଭୁବନେଶ୍ବର ଏବଂ ପୁରୀ ଅସ୍ତ ବ୍ୟସ୍ତ ହୋଇପଡୁଥିଲା ସେହି ସମୟରେ ଏକ ଅଜଣା ବ୍ୟକ୍ତି ଜଣା ଭାବରେ ସମସ୍ତଙ୍କୁ ସାହାଯ୍ୟ ପରସୁଥିଲେ। ଆମେ ତାଙ୍କୁ ଜାଣିନୁ କିନ୍ତୁ ଗାଡ଼ିରେ ଯିବା ସମୟରେ ଆମ କ୍ୟାମେରା ଲେନ୍ସ ରେ ଏହି ଫୋଟୋ ଟି ଛାପି ହୋଇଯାଇଥିଲା। ଫୋନି ପରେ ପରେ ଖରା ପ୍ରଚଣ୍ଡ ମାତ୍ରାରେ ହେଉଥାଏ ।

ଆଉ ସେହି ଖରାକୁ ଖାତିର ନକରି ଏକ ମୋଟର ସାଇକେଲର ପଛପଟେ ଲଦା ହୋଇଥାଏ ଛୋଟିଆ ଜେନେରେଟର। ଆଉ ସେଇ ଜେନେରେଟର ପଛପଟେ ଲେଖା ହୋଇଥାଏ, ଏଠାରେ ମାଗଣାରେ ମୋବାଇଲ ଫୋନ ଚାର୍ଜ କରାଯାଏ। ତେବେ ମୋବାଇଲ ଫୋନ ଏହି ସମୟରେ ସମସ୍ତଙ୍କ ପାଇଁ ଜରୁରୀ ହୋଇଥାଏ । ଆଉ ଏହି ଭଳି ଜରୁରୀ କାଳୀନ ବ୍ୟବସ୍ଥାରେ ନିଜପାଇଁ ଖାତିରନକରି ଅନ୍ୟ ଅଜଣା ମଣିଷଙ୍କୁ ସାହାଯ୍ୟ ପରସୁଥିଲେ ଏହି ମହାନ ବ୍ୟକ୍ତି ଜଣକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହଉଛି ଯେଉଁ ସମୟରେ ଜେନେରେଟର ପାଣି ଟାଙ୍କିଏ କୁ ୭୫୦ ଟଙ୍କା ଆଉ ଘଣ୍ଟାକୁ ୨୦୦୦ ହଜାର ଟଙ୍କା ନେଉଥିଲେ, ସେହି ସମୟରେ ଏହି ମହାନ ବ୍ୟକ୍ତି ଜଣଙ୍କ ମାଗଣାରେ ସେବା ପରସୁଥିଲେ।ତେବେ ଏଭଳି ମାନବିକତାକୁ News World Odisha ସଲାମ କରୁଛି। ସତରେ ଛୋଟିଆ କାମଟିଏ ହୃଦୟର ସହିତ କଲେ ସମସ୍ତଙ୍କ ଆଗରେ ବ୍ୟକ୍ତିକୁ ମହାନ କରି ଛିଡାକରିଦିଏ।

Get real time updates directly on you device, subscribe now.

Comments
Loading...