News World Odisha
Current News Updates

ମହିଳା ପୋଲିସଙ୍କ ଟେବୁଲରେ: ମା’ର କର୍ତ୍ତବ୍ୟ ବି ଥିଲା ଆଉ କର୍ମର ବେଡ଼ି ବି…

0 168

Get real time updates directly on you device, subscribe now.

କର୍ମ ଆଉ କର୍ତ୍ତବ୍ୟ, ଇଏ ହେଉଛି ମଣିଷର ଅବିଚ୍ଛେଦ୍ୟ ଅଙ୍ଗ । ସବୁ ବେଳେ ମଣିଷ କର୍ମ ଆଉ କର୍ତ୍ତବ୍ୟ ଦୋଛକିରେ ନିଜର ଅସ୍ତିତ୍ୱ ହରାଇଥାଏ । କିଏ କର୍ମ କରି ନିଜର କର୍ତ୍ତବ୍ୟକୁ ଭୁଲିଥାଏ ତ କିଏ କର୍ମକୁ ହିଁ ଭୁଲିଯାଏ । ତେବେ ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ମଣିଷ ସବୁବେଳେ ତା କର୍ମକୁ ହିଁ ପ୍ରାଧାନ୍ୟ ଦେଇଥାଏ । ଏଦୁନିଆରେ ବହୁତ କମ୍ ବ୍ୟକ୍ତିତ୍ତ୍ୱ ଅଛନ୍ତି ଯିଏ ଏଦୁହିଁକୁ ବାଲାନ୍ସ କରି ଆଗକୁ ଚାଲିଥାନ୍ତି । ଆଉ ଏହା ଅଧିକମାତ୍ରାରେ ମା’ମାନଙ୍କଠାରେ ହିଁ ଦେଖିବାକୁ ମିଳିଥାଏ । ଠିକ ଏମିତି ଏକ ମା’ଙ୍କ ବିଷୟ ଆମେ ଆପଣଙ୍କୁ କହୁଛୁ ।


ରବିବାର ସାରା ଦେଶରେ ଲୋକମାନେ ନିଜର ସୋସିଆଲ ମିଡିଆରେ ଫଟୋ ସେୟାର କରି ମାତୃତ୍ୱ ଦିବସ ପାଳନ କରୁଥିଲେ ସେହିଦିନ ଜଣେ ମାଆ ତାର କର୍ତ୍ତବ୍ୟ ଆଉ କର୍ମକୁ ଏକ କରିଥିଲା । ଏହି ଦିନ ନୋଏଡାର ଜଣେ ମହିଳା ପୁଲିସକର୍ମୀଙ୍କ ପାଇଁ କିଛି ଭିନ୍ନ ନଥିଲା । ସବୁ ଦିନ ଭଳି ସେ କାମ କରିବା ପାଇଁ ପୁଲିସ ଷ୍ଟେସନରେ ପହଞ୍ଚି ଯାଇଥିଲେ। କିନ୍ତୁ କାମ ସହ ସେ ଗୋଟେ ମା’ର କର୍ତ୍ତବ୍ୟ କରିବା ଭୁଲି ନଥିଲେ ।

ଘରେ ସମ୍ଭାଳିବା ପାଇଁ କେହି ନଥିବାରୁ ମହିଳା ପୁଲିସକର୍ମୀଜଣଙ୍କ ନିଜ ୬ମାସର ଯମଜ ସନ୍ତାନଙ୍କୁ ଧରି କାମ କରିବା ପାଇଁ ପହଞ୍ଚିଥିଲେ । ପୁଲିସ ଷ୍ଟେସନରେ କେହି ଧରିବା ପାଇଁ ନ ଥିବାରୁ ମହିଳା ପୁଲିସକର୍ମୀଜଣଙ୍କ କାମ କରୁଥିବା ଟେବୁଲ ଉପରେ ଦୁଇ ସନ୍ତାନକୁ ଶୁଆଇ କାମ କରିବା ଆରମ୍ଭ କରିଥିଲେ । ତେବେ ନିଜ ସହକର୍ମୀଙ୍କ ଏଭଳି କାମ ଦେଖି ଅନ୍ୟ ଜଣେ ପୁଲିସକର୍ମୀ ଫଟୋ ଉଠାଇବା ସହ ନୋଏଡା ପୁଲିସର ଟୁଇଟ୍ର ଅକାଉଣ୍ଟରେ ଏହା ସେୟାର କରିଥିଲେ । ଏହା ଏବେ ଭାଇରାଲ ହେବା ସହ ମହିଳା ପୁଲିସକର୍ମୀଜଣଙ୍କ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Get real time updates directly on you device, subscribe now.

Comments
Loading...