News World Odisha
Current News Updates

ଫୋନି ବୁଜିଦେବ କି ରାଜନୈତିକ ଫାଟ ? ରେଜଲ୍ଟରେ ହେବ ରିଫ୍ଲେକ୍ସନ୍…

0 122

Get real time updates directly on you device, subscribe now.

ଫୋନି ଫେରିଯିବା ପରେ ଆରମ୍ଭ ହୋଇଛି ରାଜନୈତିକ ମିଶାଣ ଫେଡ଼ାଣ  । ୧୯ ଫଳାଫଳ ପାଇଁ ରାଜ୍ୟ ରାଜନୀତିର ପାଣିପାଗ ବଦଳାଇ ଦେଇଛି ଫୋନି  । ଫୋନିର ସୁସୁ ପବନ ସିନା ଅଧା ରାଜ୍ୟକୁ ଛାରକାର କରିଦେଲା ହେଲେ କେନ୍ଦ୍ର-ରାଜ୍ୟ ଭିତରେ ଏକ ଅଦେଖା ସମ୍ପର୍କକୁ ସୁଦୃଢ଼ କରି ଦେଇଗଲା ବୋଲି ଚର୍ଚ୍ଚା ବି ହେଉଛି  । ଗୋଟିଏ ପଟେ କାଉଣ୍ଟିଂ ଡେ କବାଟ ବାଡ଼େଇବା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଓଡ଼ିଶାରେ ମେଣ୍ଟ ନେଇ ଚାଲିଛି ଟୁପୁରୁ ଟାପୁରୁ ।

ଓଡ଼ିଶାକୁ ପୁଣି ଫେରିବ କି ମେଣ୍ଟ ରାଜନୀତି ? ୨୦୦୯ର ଫିଲ୍ମ ୨୦୧୯ରେ ରିପିଟ ହେବ କି ? ମେ’ ୨୩ ପରେ କିଏ ଧରିବ କାହାର ହାତ ? ଫୋନି ଆସିବା ପରେ ମିଳେଇ ଯାଇଛି କି ରାଜନୈତିକ ଶତ୍ରୁତା ? ଫୋନି ବିପର୍ଯ୍ୟୟକୁ କେନ୍ଦ୍ର-ରାଜ୍ୟ ମିଳିମିଶି ମୁକାବିଲା କରିବା ପରେ ଏଭଳି ପ୍ରଶ୍ନ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି  । ବାତ୍ୟା ମୁକାବିଲାରେ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇବା ପରେ ଉଭୟଙ୍କ କୋଳାକୋଳି ଆଗାମୀ ରେଜଲ୍ଟ ପରେ ପ୍ରତିଫଳିତ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରିଛନ୍ତି  ।

୨୩ରେ ଫଳାଫଳ ପ୍ରକାଶ ପାଇବା ପରେ କିଏ କାହାକୁ କରିବ ସମର୍ଥନ ? କେନ୍ଦ୍ରରେ ନବୀନ କାହାକୁ କରିବେ ସହଯୋଗ ? ଏନଡିଏକୁ ନା ୟୁପିଏକୁ ? ଫୋନି ପ୍ରକୋପ ଧୀରେ ଧୀରେ ମଉଳୁଥିବା ବେଳେ ସମାନ୍ତରାଳ ଭାବେ ଉଷ୍ଣ ହେଉଛି ରାଜନୈତିକ ପାଣିପାଗ । ରାଜନୀତିରେ କେହି କାହାର ପାରମ୍ପରିକ ଶତ୍ରୁ ନୁହନ୍ତି କହିଛି ବିଜେପି । ସେପଟେ ବିଜେଡି କହିଛି ଫୋନିରେ ଦୁଇ ସରକାର ମିଳିମିଶି କାମ କରିଛନ୍ତି ସତ, କିନ୍ତୁ ତାକୁ ନେଇ ରାଜନୀତି ନହେଉ । ମେଣ୍ଟ ଚର୍ଚ୍ଚା ନେଇ କଂଗ୍ରେସ ବାଢ଼ିଛି ଭିନ୍ନ ଯୁକ୍ତି । କେନ୍ଦ୍ରରେ ସରକାର ଯିଏ ଗଢିବ, ନବୀନ ତା ସହ ରହିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି  ।

ତେବେ ପୂର୍ବରୁ ଅନେକ ଥର ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଲା ବେଳେ ନବୀନ ମେଣ୍ଟକୁ ଦୂରୁ ଜୁହାରର ଇସାରା ଦେଇଛନ୍ତି  । ସମଦୂରତାର କଥା କହି ମେଣ୍ଟ ଚର୍ଚ୍ଚାରେ ପାଣି ପକାଇଛନ୍ତି ନବୀନ  । ନିର୍ବାଚନ ପ୍ରଚାର ବେଳେ ବି ହୁଡହୁଡ, ଫାଇଲିନ ଓ ତିତିଲିକୁ ନେଇ କେନ୍ଦ୍ର ଓ ରାଜ୍ୟ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଥିଲେ  । ହେଲେ ଫୋନି ବେଳକୁ କିନ୍ତୁ ବଦଳି ଯାଇଛି ମୋଦି ଓ ନବୀନଙ୍କ ଆଭିମୁଖ୍ୟ । ଯାହା ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବା ବୋଲି ଚର୍ଚ୍ଚା ହେଉଛି  । ତେଣୁ ଏ ଚର୍ଚ୍ଚା କେତେ ଫର୍ଚ୍ଚା ହେଉଛି ତାହା ଫଳାଫଳ ପରେ ସ୍ପଷ୍ଟ ହେବ ।

Get real time updates directly on you device, subscribe now.

Comments
Loading...