News World Odisha
Current News Updates

ଖେଲେଙ୍ଗେ ମରତେ ଦମ୍ ତକ୍: ଜୀବନକୁ ବାଜି ଲଗେଇ ଦର୍ଶକଙ୍କ ଜାନ୍ ଜିତିଲେ ଖେଳାଳି…

0 154

Get real time updates directly on you device, subscribe now.

ଆଇପିଏଲ ଫାଇନାଲ ମ୍ୟାଚ ଚାଲିଥିଲା । ସମସ୍ତେ ଖେଲ ଦେଖିବାରେ ମସଗୁଲ ଥିଲେ । କିଏ ନିଜ ଟିମକୁ ଜିତେଇବାକୁ ଚିଅର ଅପ କରୁଥିଲା ତ କିଏ ଛକା ଚୌକା ବର୍ଷା ପରେ ତାଳିମାରି ଡେଇଁ ପଡ଼ୁଥିଲେ । ରବିବାର ରାତିରେ ହାରଜିତର ଘଡ଼ିସନ୍ଧି ମୁହୂର୍ତ୍ତ ଭିତରେ ସାମ୍ନାକୁ ଆସିଥିଲା ଆଖି ଠିକିରିଲା ପରି ଦୃଶ୍ୟ  । ସମସ୍ତଙ୍କ ସାମ୍ନାରେ, ପଡ଼ିଆ ମଝିରେ ସେ ଦୃଶ୍ୟ ଯିଏ ଦେଖିଛି ସେ ହିଁ ଜାଣିଛି ଖେଳ ନିଶା ଆଗରେ ସବୁକିଛି ଫିକା ପଡ଼ିଯାଇଥିଲା । ହାରିବା ପରିସ୍ଥିତିରେ ନିଜ ଦଳକୁ ଜିତେଇବାକୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ଓପନର ୱାଟ୍ସନଙ୍କ ପ୍ରଦର୍ଶନ ଦେଖି ସବୁ ତାଜୁବ ହୋଇଥିଲେ  । ଗୋଡ଼ରେ ଆଘାତ ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୱାଟସନ ମୁମ୍ବାଇ ଇଣ୍ଡିଆନ୍ସ ସହ ମହାମୁକାବିଲା କରିଥିଲେ ।

ଓ୍ବାଟ୍ସନ

ତେବେ ମୁମ୍ବାଇ ଇଣ୍ଡିଆନ୍ସ ୧ ରନ ବିନିମୟରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ  କରିଥିଲା  । ପଡ଼ିଆରେ ଧୂଆଁଧାର ଖେଳ ଚାଲିଥିବା ସମୟରେ ସିଏସକେ ଦଳରୁ ଓପନିଙ୍ଗ ଭାବେ ପିଚକୁ ବ୍ୟାଟିଙ୍ଗ କରିବାକୁ ଆସିଥିବା ଓ୍ବାଟସନ ରକ୍ତାତ ଅବସ୍ଥାରେ ପଡ଼ିଆରେ ଖେଳ ଜାରି ରଖିଥିଲେ । ଓ୍ବାଟ୍ସନ ଦଳକୁ ବିଜୟ କରିବା ଆଶାରେ ପଡ଼ିଆରେ ଖେଳି ଚାଲିଥିଲେ । ଏହା ଦେଖି ସିଏସକେର ଫ୍ୟାନମାନଙ୍କ ମନରେ ଏକ ଶକ୍ତ ଆଘାତ ଲାଗିଥିଲା । ଓ୍ବାଟ୍ସନଙ୍କ ଗୋଡ଼ରୁ ରକ୍ତ ପ୍ରବଳ ମାତ୍ରାରେ ବାହାରି ଚାଲିଥାଏ ହେଲେ ଏହି ଦୁଃସାହସିକ ଖେଳାଳି ଜଣଙ୍କ ପଡ଼ିଆରେ ଦଣ୍ଡାୟମାନ ହୋଇଥାନ୍ତି ।

ମହେନ୍ଦ୍ର ସିଂହ ଧୋନି

ଖାଲି ୱାଟସନ ନୁହେଁ ଅତୀତରେ ଏମିତି ଅନେକ ଖେଳାଳୀ ପ୍ରତିକୂଳ ପରିସ୍ଥିତିରେ ବି ପଡ଼ିଆ ନଛାଡ଼ି ଖେଳର ପରିସମାପ୍ତି ଘଟିବା ଯାଏଁ ଖେଳିଛନ୍ତି  । ୨୦୦୨ରେ ଓ୍ବେଷ୍ଟେଣ୍ଡିଜ ବିପକ୍ଷରେ ଭାରତୀୟ ଖେଳାଳି ଅନୀଲ କୁମ୍ବଲେଙ୍କ ମୁହଁର ତଳ ଅଂଶ (ଥୋଡ଼ି)  ଭାଙ୍ଗିବା ସତ୍ତ୍ବେ ପଡ଼ିଆରେ ନିଜର ଖେଳ ଜାରି ରଖିଥିଲେ ।

ଯୁବରାଜ ସିଂହ

୨୦୦୩ ବିଶ୍ବ କପ ଖେଳ ଚାଲିଥିବା ସମୟରେ ଭରତୀୟ କ୍ରିକେଟ ଟିମର ଜଣେ ସୁଦକ୍ଷ ବୋଲର ଆଶିଷ ନେହେରା ପଡ଼ିଆରେ ବାନ୍ତି ପରେ ବାନ୍ତି କରି ଚାଲିଥିଲେ ହେଲେ ଖେଳ ପ୍ରତି ତାଙ୍କର ଭଲ ପାଇବା ତାଙ୍କୁ ଷ୍ଟାଡିୟମ ବାହାରକୁ ଆସିବାକୁ ଦେଇ ନଥିଲା । ସେହି  ମ୍ୟାଚରେ ୬ଟି ଓ୍ବିକେଟ ଅକ୍ତିଆର କରି ସର୍ବଶ୍ରେଷ୍ଠ ବୋଲର ଭାବେ ପରିଗଣିତ ହୋଇଥିଲେ ନେହେରା ।

ଆଶିଷ ନେହେରା

ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ସବୁ ଠାରୁ ଦୁଃଖଦ ଖବର ଥିଲା ଯେତେବେଳେ ଯୁବରାଜ ସିଂହ କର୍କଟ ରୋଗରେ ପୀଡ଼ିତ ଥିଲେ, ସେହି ସମୟ ଅର୍ଥାତ ୨୦୧୧ ବିଶ୍ବ କପ ଦିନିକିଆ ମ୍ୟାଚରେ ପଡ଼ିଆରେ ଖେଳୁଥିଲେ । ନିଜର ପ୍ରଶଂସଙ୍କୁ ନିରାଶ ନକରି ଖେଳ ପଡ଼ିଆରେ ଦମଦାର ବ୍ୟାଟିଙ୍ଗ କରିଥିଲେ ।

ଅନୀଲ କୁମ୍ବଲେ

ସେହିପରି ଭାରତୀୟ କ୍ରିକେଟ ଦଳର ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୦୦୬ରେ ଜାମଶେଦପୁର ଷ୍ଟାଡ଼ିୟମରେ ଇଂଲଣ୍ଡ ବିପକ୍ଷରେ ଖେଳ ଚାଲୁଥିବା ସମୟରେ ଧୋନି ଅସୁସ୍ଥ ହୋଇପଡ଼ିଥିଲେ ହେଲେ ଧୋନି ବ୍ୟକ୍ତଗତ ଭାବେ ପଡ଼ିଆରେ ଦମଦାର ବ୍ୟାଟିଙ୍ଗ କରି ୯୬ ରନ ସଂଗ୍ରହ କରିଥିଲେ । ଏହା ଥିଲା କ୍ରିକେଟ ଖେଳାଳି କିଭଳି ଅସୁସ୍ଥ ଅନୁଭବ କରିବା ସତ୍ତ୍ବେ ପଡ଼ିଆରେ ଦଣ୍ଡାୟମାନ ହୋଇଥିଲେ ।

Get real time updates directly on you device, subscribe now.

Comments
Loading...