News World Odisha
Current News Updates

ସରକାର ପାଇଁ ସଙ୍କେତ ଦବ ୫୯ ସିଟ୍…

0 876

Get real time updates directly on you device, subscribe now.

ନିର୍ବାଚନ ଫଳାଫଳ ବାହାରିବା ପାଇଁ ମାତ୍ର ହାତ ଗଣତି କେତେଟା ଦିନ ବାକି ରହିଲା । ଏହି ଘଡ଼ିସନ୍ଧି ମୂହର୍ତ୍ତରେ ମେ ୧୯ରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ନିର୍ବାଚନ ମତଦାନ ଗ୍ରହଣ ପାଇଁ ଚାଲିଛି ଜୋର ଅଙ୍କ କଷା । ଚଳିତ ଥର କେନ୍ଦ୍ରରେ କିଏ କରିବ ସରକାର ବର୍ତ୍ତମାନ ଠାରୁ ଅବଗଣନା ଆରମ୍ଭ ହୋଇସାରିଲାଣି । କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ଶେଷ ପର୍ଯ୍ୟାୟ ୫୯ ଆସନ ଉଭୟ ବିଜେପି ଓ କଂଗ୍ରେସ ପାଇଁ ଆବଶ୍ୟକ ରହିଛି ।

ଉତ୍ତର ପ୍ରଦେଶରେ ୧୩ଟି ଲୋକସଭା ଆସନ, ପଞ୍ଜାବରେ ୧୩, ବିହାରରେ ୮, ମଧ୍ୟପ୍ରଦେଶରେ ୮, ହିମାଚଳ ପ୍ରଦେଶରେ ୪, ଝଡ଼ଖଣ୍ଡରେ ୩, ପଶ୍ଚିମବଙ୍ଗରେ ୯ ଏବଂ ଚଣ୍ଡିଗଡ଼ରେ ୧ ଟି ଆସନରେ ନିର୍ବାଚନ ହେବ । ଶେଷ ପର୍ଯ୍ୟାୟର ୫୯ଟି ଆସନ ନିର୍ଦ୍ଧାରଣ କରିବ କେନ୍ଦ୍ରରେ କିଏ କରିବ ସରକାର  । ୨୦୧୪ ନିର୍ବାଚନରେ ବିଜେପି ସର୍ବାଧିକ ୨୮୨ ଆସନ ଗ୍ରହଣ କରି ବିଜୟ ହାସଲ କରିଥିଲା ।

ଚଳିତ ଥର ପାଇଁ ବିଜେପି ବହୁ ସଂଘର୍ଷ ମଧ୍ୟରେ ଗତି କରୁଛି ଅର୍ଥାତ ୨୦୧୮ ଯେଉଁ ପାଞ୍ଚଟି ରାଜ୍ୟରେ ନିର୍ବାଚନ ହୋଇଥିଲା ସେଥିମଧ୍ୟରୁ ଛତିଶଗଡ଼,ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ସର୍ବାଧିକ ଆସନରେ ବିଜୟ କରି କଂଗ୍ରେସ ସରକାର ଗଠନ କରିଛି । ବିଜେପି ଅଧୀନରେ କିଛି ରାଜ୍ୟକୁ କଂଗ୍ରେସ ଅକ୍ତିଆର କରିବା ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କିଛି ରାଜ୍ୟରେ ସପା-ବସପା ମେଣ୍ଟ ବିଜେପି ସାମ୍ନାରେ ଏକ ବଡ଼ ସମସ୍ୟା ଭାବେ ଉଭା ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.

Comments
Loading...