News World Odisha
Current News Updates

ଜଗା ଦୁଆରେ ଜଳିଲା ଲାଇଟ୍…

0 275

Get real time updates directly on you device, subscribe now.

ଫୋନିରେ ପୁରୀ ଜିଲ୍ଲାରେ ସର୍ବାଧିକ କ୍ଷତିଗ୍ରସ୍ତ ହେବା ସହ ବିଦ୍ୟୁତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ବଡ଼ଦାଣ୍ଡ, ଶ୍ରୀମନ୍ଦିର ଭଳି ଭକ୍ତଙ୍କ ଗହଳି ସ୍ଥାନରେ ବିଦ୍ୟୁତ ସେବା ଠପ ହୋଇଯାଇଥିଲା । ଦୀର୍ଘ ୧୨ଦିନ ପରେ ପୁରୀ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଓ ସର୍କିଟ ହାଉସରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଛି ।

ଆଜି ସନ୍ଧ୍ୟାରେ ଏସବୁ ସ୍ଥାନରେ ଆଲୁଅ ଜଳିଛି । ଆଲୁଅ ଆସିବା ପରେ ଭକ୍ତମାନଙ୍କ ମନ ଭିତରେ ଖୁସିରେ ଲହରୀ ଖେଳି ଯିବା ସହ ବଡ଼ ଦାଣ୍ଡରେ ଯାତାୟତ ସ୍ବାଭାବିକ ହୋଇଛି । ଏଥିସହ ପୁରୀ ମୁଖ୍ୟ ଡ଼ାକ୍ତରଖାନକୁ ମଧ୍ୟ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି । ପାଞ୍ଚଦିନ ମଧ୍ୟରେ ପୁରୀ ସବୁ ପୌରାଞ୍ଚଳରେ ବିଦ୍ୟୁତ ସେବା ସ୍ବାଭାବିକ ହେବ ପୋଲି ବିଦ୍ୟୁତ ବିଭାଗର  ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments
Loading...