News World Odisha
Current News Updates

ସୁନ୍ଦରୀ ପାଇଁ ୧୦୦ରୁ୧୦୦: କମାଲ କଲେ ଲେଡି ପୋଲିଂ ଅଫିସର…

0 558

Get real time updates directly on you device, subscribe now.

ଜଣେ ସୁନ୍ଦରୀ ପ୍ରିଜାଇଣ୍ଡିଂ ମହିଳା ଅଧିକାରୀଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି । ଏହି ୩୨ ବର୍ଷ ବୟସ୍କା ସୁନ୍ଦରୀ ମହିଳାଙ୍କ ନାଁ ରୀନା ଦ୍ବିବେଦୀ ଚଳିତ ନିର୍ବାଚନରେ ପ୍ରିଜିଇଣ୍ଡିଂ ଅଧିକାରୀ ଭାବେ ମତଦାନ କେନ୍ଦ୍ରରେ ନିଜ ଦାୟିତ୍ବ ବହନ କରୁଥିଲେ । ତାଙ୍କ ସୌନ୍ଦର୍ଯ୍ୟ ସାମ୍ନାରେ ସବୁ ଫିକା ଫିକା ପଡ଼ିଯାଇଥିଲା । ମତସାବ୍ୟସ୍ତ କରିବାକୁ ଆସିଥିବା ମତଦାତା ତାଙ୍କୁ ଦେଖିବା ପାଇଁ ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଥିଲେ ।

ତାଙ୍କ ଦେହକୁ ହଳଦୀ ରଙ୍ଗର ଶାଢ଼ୀ ଏମିତି ମ୍ୟାଚ କରୁଥିଲା ଯେ ନ ଦେଖିବା ଲୋକ ତାଙ୍କୁ ଚାହିଁ ରହିବେ । ମତଦାନ କେନ୍ଦ୍ରରେ ତାଙ୍କ ସୁନ୍ଦରତା ସମସ୍ତ ଆକର୍ଷଣ କରିଥିଲା । ସେଥିପାଇଁ ବୁଥରେ ୧୦୦ ପ୍ରତିଶତ ମତଦାନ ଗ୍ରହଣ ମଧ୍ୟ ହୋଇଥିଲା । ହଳଦୀ ରଙ୍ଗର ଶାଢ଼ୀ ପିନ୍ଧି ହାତରେ ଇଭିଏମ ଧରି ଯାଉଥିବା ସମୟର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି । ସୁନ୍ଦରୀ ରୀନାଙ୍କ ଦ୍ବାରା କିଛି ଟିକଟକ୍ ଭିଡ଼ିଓ ମଧ୍ୟ ଓ୍ବାଟ୍ସସପ ଓ ଫେସବୁକରେ ବହୁମାତ୍ରରେ ଭାଇରାଲ ହେବାରେ ଲାଗିଛି ।

ସୁନ୍ଦରୀ ପ୍ରିଜାଇଣ୍ଡିଂ ମହିଳା ଅଧିକାରୀ ଜଣଙ୍କ ରାତାରାତି ସୋସିଆଲ ମିଡ଼ିଆ ଷ୍ଟାର ବନିଗଲେ । ସବୁଠାରୁ ଆଚର୍ଯ୍ୟର କଥା ରୀନାଙ୍କର ଗୋଟେ ପୁଅ ଅଛି ସେ ନବମ ଶ୍ରେଣୀ ଅଧ୍ୟୟନ କରୁଛନ୍ତି । ତାଙ୍କୁ ଦେଖି ମତଦାତା ମଧ୍ୟ ବିଭ୍ରାନ୍ତ ହୋଇପଡ଼ିଛନ୍ତି । ରୀନାଙ୍କ କହିବାନୁଯାୟୀ, ଏହା ପୂର୍ବରୁ ୨୦୧୪ ଓ ୨୦୧୭ ନିର୍ବାଚନରେ ସେ ନିଜ ଦାୟିତ୍ବ ନିର୍ବାହ କରିଛନ୍ତି । ରୀନା ନିର୍ବାଚନ କାର୍ଯ୍ୟକୁ ସେ ବହୁତ ମିସ କରୁଛନ୍ତି ବୋଲି ହସି ହସି କହିଥିଲେ । ତାଙ୍କ ସ୍ବାମୀ ସଂଜୟ ମଧ୍ୟ ତାଙ୍କୁ ଏହି କ୍ଷେତ୍ରରେ ବହୁତ ସହଯୋଗ କରନ୍ତି ବୋଲି ସେ କହିଛନ୍ତି

Get real time updates directly on you device, subscribe now.

Comments
Loading...