News World Odisha
Current News Updates

‘ଫୋନି’ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା…

0 174

Get real time updates directly on you device, subscribe now.

ଫୋନିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ଗସ୍ତରେ ଯାଇ ସେଠାରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀର ପ୍ରଭାବତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀ ଜିଲ୍ଲା ପାଇଁ ସ୍ବତନ୍ତ୍ର ରିଲିଫ ପ୍ୟାକେଜ ଘୋଷଣା କରିବା ସହିତ ବାତ୍ୟା ବିପନ୍ନଙ୍କ ପାଇଁ ସମବେଦନା ଜ୍ଞାପନ କରିଛନ୍ତି ନବୀନ । ପ୍ରତି ଘରକୁ ଅଢ଼େଇ ଲିଟର କିରୋସିନି ୧୦ ଦିନ ଅନ୍ତରରେ ଦିଆଯିବ ଯେ ପର୍ଯ୍ୟନ୍ତ ବିଦ୍ୟୁତ କାର୍ଯ୍ୟ ସ୍ବାଭାବିକ ନ ହୋଇଛି ।

ପ୍ରତି ଘର ପିଛା ୫୦ କେଜି ଚାଉଳ ଦେବା ସହ ୧୦ ଲକ୍ଷ ମହମବତୀ ବଣ୍ଟନ କରାଯିବ । ରାସନ କାର୍ଡ଼ ନ ଥିଲେ ବି ସେମାନଙ୍କୁ ରିଲିଫ ସାମଗ୍ରୀ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ୨ ମାସ ପର୍ଯ୍ୟନ୍ତ ନାପକିନ୍ ମଧ୍ୟ ଯୋଗାଇ ଦିଆଯିବ । ଆଜି ପୁରୀର ବଡ଼ ଦାଣ୍ଡ, ଶ୍ରୀମନ୍ଦିର, ନିମାପଡ଼ା ଭଳି ସ୍ଥାନକୁ ବିଦ୍ୟୁତ ଯୋଗାଇ ଦିଆଯିବା ସହ ବିଦ୍ୟୁତ କାର୍ଯ୍ୟକୁ ସ୍ବାଭାବିକ କରିବା ପାଇଁ ୧୦ ହଜାର ବିଦ୍ୟୁତ କର୍ମଚାରି ନିୟୋଜିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Comments
Loading...