News World Odisha
Current News Updates

ପ୍ରଚାର ବନ୍ଦ ପାଇଁ ପଶ୍ଚିମବଙ୍ଗକୁ ହ୍ୱିପ୍…

0 95

Get real time updates directly on you device, subscribe now.

ଗତକାଲି ଅମିତ ଶାହା ରୋଡ଼ସୋ ରାଲିକୁ ନେଇ ହୋଇଥିବା ହିଂସା କାଣ୍ଡ ଧୀରେ ଧୀରେ ତେଜିବାରେ ଲାଗିଛି ।  ଅମିତ ଶାହାଙ୍କ ସେଭ ରିବ୍ଲିକ ରାଲିରେ ଉଭୟ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ମାଡ଼ପିଟ ହେବା ସହ ପଥର ଫିଙ୍ଗାଫିଙ୍ଗି ହୋଇଥିଲେ । ଏପରିକି ଅମିତ ଶାହାଙ୍କ ଗାଡ଼ି ଉପରକୁ ଆକ୍ରମଣାକରୀମାନେ ପଥର ଫିଙ୍ଗିଥିଲେ । ଏହି ଘଟଣାରେ ଆଜି ପଶ୍ଚିମବଙ୍ଗରେ ଉତ୍ତେଜନା ବଢ଼ିବାରେ ଲାଗିଛି ।

ପଶ୍ଚିମବଙ୍ଗର ଆଇକନ ବିଦ୍ୟାସାଗର ପ୍ରତିମୂର୍ତ୍ତି  ଭାଙ୍ଗି ଘଟଣାରେ ଉଭୟଙ୍କ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଲାଗି ରିହିଛି । ଏନେଇ ବିଜେପି ଆଜି ସର୍ବସମ୍ମୁଖରେ ଧାରଣ ଦେବା ସହ ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ମମତା ବାନାର୍ଜୀଙ୍କ ନାଁରେ ଅଭିଯୋଗ କରିଥିଲେ । ଅନ୍ୟପଟେ ମମତା ମଧ୍ୟ ପଦଯାତ୍ରାକରି ନିର୍ବାଚନ କମିଶନଙ୍କୁ ସାକ୍ଷାତ କରିଥିଲେ । ଏସବୁ ଘଟଣା ସାମ୍ନାକୁ ଆସିଲା ପରେ ଶେଷ ପର୍ଯ୍ୟାୟ ଅର୍ଥାତ ୧୯ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର ବନ୍ଦ କରାଯାଇଛି ।

ସେପଟେ ମମତାଙ୍କ ବିପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭ୍ରାନ୍ତକାରୀ ବୟାନ ଘଟଣାକୁ ଆହୁରି ହିଂସା ଆଡ଼କୁ ଟାଣି ନେଇଛି । କାଶ୍ମୀର ଭଳି ପଶ୍ଚିମବଙ୍ଗରେ ମମତା ଦିଦି ହିଂସା ସୃଷ୍ଟି କରୁଥିବା କଥା ମୋଦି ଏକ ସଭାରେ କହିଛନ୍ତି । ଏହିଭଳି କଥା ଶୁଣି ମମତା ପୁରା ଖପ୍ପା ହୋଇଯାଇଛନ୍ତି ।

Get real time updates directly on you device, subscribe now.

Comments
Loading...