News World Odisha
Current News Updates

ଆଜି ବିଶ୍ବ ଧ୍ୟାନ ଦିବସ: ଧ୍ୟାନ କରିବା ଦ୍ବାର କଣ ଲାଭ ହୁଏ ଜାଣନ୍ତୁ?

0 82

Get real time updates directly on you device, subscribe now.

ଆଜି ବିଶ୍ବ ଧ୍ୟାନ ଦିବସ । ମେ ୧୫ ତାରିଖକୁ ବିଶ୍ବ ଧ୍ୟାନ ବା ଇଂରାଜୀରେ ମେଡ଼ିଟେସନ ଦିବସ ରୂପେ ପାଳନ କରାଯାଉଛି । କର୍ମମୟ ଜୀବନ ମଧ୍ୟରୁ କିଛି ସମୟ ଧ୍ୟାନ କରିବା ଆବଶ୍ୟକ  । ଏହା କରିବା ଦ୍ବାରା ନିଜର ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ନିଜର କ୍ଲାନ୍ତ ମଧ୍ୟ ଦୂର ହୋଇଥାଏ । ପ୍ରତିଦିନ ସକାଳୁ ଏକ ଘଣ୍ଟା କିମ୍ବା ଅଧ ଘଣ୍ଟା ଧ୍ୟାନ କରିବା ଦ୍ବାରା ଦିନତମା ଆପଣ ଖୁସି ଅନୁଭବ କରିବେ ଏବଂ ତା’ ସହ ନିଜର ପାରିବାରିକ ଜୀବନ ମଧ୍ୟ ସୁଖମୟ ହେବ । ଯଦି ଆପଣ ନିଜର ଭାବନ ଶକ୍ତିକୁ ଜାଗ୍ରତ କରିବାକୁ ଚାହୁଛନ୍ତି ତେବେ କିଛି ସମୟ ଧ୍ୟାନ କରନ୍ତୁ ।

ବିଶେଷକରି ଛାତ୍ରଛାତ୍ରୀମାନେ ପ୍ରତିଦିନ ସୂର୍ଯ୍ୟଦୟ ପୂର୍ବରୁ  ସ୍ନାନକରି କିଛି ସମୟ ଧ୍ୟାନ କଲେ ପାଠ ପଢ଼ାରେ ଆଗ୍ରହ ବଢ଼ିଯିବ । ସେହିପରି ଯେଉଁମାନଙ୍କ ଘରେ ବୃଦ୍ଧ ବାପା ଓ ମାଆ ଅଛନ୍ତି ସେମାନେ ଧ୍ୟାନ କରିବା ଦ୍ବାରା ସେମାନଙ୍କର ଚିଡ଼ାପଣ ଦୂର ହୋଇଯିବ । ସମାଜରେ ବସବାସ କରୁଥିବା ସମସ୍ତ ବ୍ୟକ୍ତବିଶେଷ ନିଜର ଏକାଗ୍ରତ ବୃଦ୍ଧି କରିବା ପାଇଁ କିଛି ସମୟ ଧ୍ୟାନ କରିବା ଆବଶ୍ୟକ ।

Get real time updates directly on you device, subscribe now.

Comments
Loading...