News World Odisha
Current News Updates

ଭୋକିଲା ପେଟର ଭାଷା ଶୁଣି ‘ସାହାଯ୍ୟ’ କଲା ‘ହାପି ଫ୍ୟାମିଲି’…

0 346

Get real time updates directly on you device, subscribe now.

ଫେରି ଯାଇଛି ଫୋନି ହେଲେ ଏବେବି ଫୋନିର ପାଦ ଚିହ୍ନରେ ଫର୍ଚ୍ଚା ଫର୍ଚ୍ଚା ଦିଶୁଛି ପ୍ରଳୟ ମୁହୂର୍ତ୍ତର ପ୍ରତିଟି ଛବି  । ଆଖି ସାମ୍ନାରେ ନିଜର ସଜଡ଼ା ଘରକୁ ଫୋନି ଉଜାଡ଼ି ଦେଉଥିବାର ଦେଖିଛନ୍ତି ଲୋକେ । ମୁଣ୍ଡ ଉପରୁ ଛାତ ଆଉ ଛାତି ତଳେ ଥିବା ପେଟ ପାଇଁ ସାଇତି ରଖିଥିବା ବର୍ଷକର ଖାଦ୍ୟଶସ୍ୟ ବି ଉଡ଼ାଇ ନେଇଛି ଫୋନି  । ଯେଉଁ ମାଟିରୁ ଦିନେ ଲୋକେ ଭୋକରେ ଫେରୁନଥିଲେ ଆଜି ସେହି ମାଟିରେ ଶୁଭୁଛି ଖାଲି ପେଟର ହାହାକାର ସ୍ୱର  । ପେଟ ପାଇଁ ଦିଓଳି ଦି ମୁଠା ଦାନା ତ ଦୂରର କଥା ଗୋଟିଏ ଓଳି ବି ଖାଦ୍ୟ ମିଳୁନି  । ବାତ୍ୟା ପରେ ସରକାର ରିଲିଫ ଯୋଗାଇଥିଲେ ହେଁ ସରକାରଙ୍କ ହାତକୁ ଶକ୍ତ କରିବାକୁ ଅନେକ ଲୋକେ ସହାୟତାର ହାତ ବଢ଼େଇଛନ୍ତି  ।

ବାତ୍ୟା ପରେ ପୁରୀର ବିଭିନ୍ନ ଅଞ୍ଚଳରେ ବହୁ ବଦାନ୍ୟ ବ୍ୟକ୍ତି ଅର୍ଥ ରାଶି ସହ ଖାଦ୍ୟ ଯୋଗାଉଛନ୍ତି  । ଆଉ ଏହି ସମୟରେ ସହାୟତାର ହାତ ବଢ଼ାଇଛି ‘ହାପି ଫ୍ୟାମିଲି’ ଓ ‘ସାହାଯ୍ୟ’ ସଙ୍ଗଠନ  । ଉଭୟ ସଙ୍ଗଠନର ମିଳିତ ସହଯୋଗରେ ପ୍ରାୟ ୨୦ରୁ ଅଧିକ ସଦସ୍ୟ ପୁରୀର ନୋଳିଆ ବସ୍ତି, ପେଣ୍ଠକଟା, ବଳିଆପଣ୍ଡା ବସ୍ତି ଆଦି ଅଞ୍ଚଳରେ ରନ୍ଧା ଖାଦ୍ୟ ଯୋଗାଇଛନ୍ତି  । ଏ ସମସ୍ତ ଅଞ୍ଚଳର ପ୍ରାୟ ୧୮୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇ ନିଜ ମାନବିକତାର ପରିଚୟ ଦେଇଛନ୍ତି ଏହି ସଦସ୍ୟମାନେ  ।

Get real time updates directly on you device, subscribe now.

Comments
Loading...