News World Odisha
Current News Updates

ହସ୍ପିଟାଲରେ ବିଷ-ବିଶ୍ବାସ

0 24

Get real time updates directly on you device, subscribe now.

ସାପ କାମୁଡିବା ପରେ ସାପକୁ ଧରି ମେଡିକାଲକୁ ଆସିଛନ୍ତି ଜଣେ ବ୍ୟକ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ । ମାଲକାନଗିରି ଏମଭି ୬୩ ଗାଁର ଯୁବକ ପାର୍ଥ ସରକାର  । ଗାଧୋଉଥିବା ସମୟରେ ସାପ ଯୁବକଙ୍କ ଦୁଇ ଦୁଇଟି ସ୍ଥାନରେ ଚୋଟ ମାରିଥିବା ଜଣାପଡିଛି  ।

ପରେ ଯୁବକ ଜଣକ ସାପଟିକୁ ମାରି ହାତରେ ଧରି ଡାକ୍ତରଖାନାରେ ଆସି ପହଞ୍ଚିଥିଲେ  । ସାପ ସହ ରୋଗୀକୁ ଦେଖି ଡାକ୍ତରଖାନାରେ ଉପସ୍ଥିତ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଚକିତ ହୋଇପଡିଥିଲେ ।

ତେବେ ସାପଟି ବିଷଧର ନଥିବା ଜଣାପଡିଛି । ସାପ କାମୁଡିବା ଯୋଗୁଁ ଗୋଡରେ ରକ୍ତ ବାହାରୁଥିଲା । ପାର୍ଥକୁ ଚିକିତ୍ସା କରିବା ପରେ ଘରକୁ ପଳେଇଥିବା ଜଣାପଡିଛି ।

Get real time updates directly on you device, subscribe now.

Comments
Loading...