News World Odisha
Current News Updates

ପ୍ରଭୁ ! ଆଉ ସହି ହେଉନି, ଏବେ ତ ବର୍ଷା କର…

0 92

Get real time updates directly on you device, subscribe now.

ଅସହ୍ୟ ହେଉଛି ଗୁଳୁଗୁଳି । ୧୧ଟା ପରେ ଆଖି ଦେଖାଉଛି ଖରା । ସକାଳଟା ଯେମିତି ହେଉ କଷ୍ଟେ ମଷ୍ଟେ ଚଳିଯାଉଛି ସତ ହେଲେ ଦିନ ୧୧ ବାଜିଲା ବେଳକୁ ବାର ବାଜୁଛି ଅବସ୍ଥା । ଖାଲି ଓଡ଼ିଶା ନୁହେଁ ଦେଶର ଅଧିକାଂଶ ରାଜ୍ୟରେ ଏବେ ଏଇ ସମାନ ଅବସ୍ଥା । ଡହଡହ ଖରାରେ ଡହଳ ବିକଳ ହେଉଥିବା ଅଧା ଭାରତ ଏବେ ବର୍ଷା ପାଇଁ ଆଉଟୁ ପାଉଟୁ ହେଉଛି । ବର୍ଷା ବିନା ସୃଷ୍ଟି ବିନାଶ ହୋଇଯିବ ଆଉ ଏଇଥି ପାଇଁ ଭଗବାନଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ଲୋକେ ।

ବର୍ଷା ପାଇଁ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରୁଛନ୍ତି କର୍ଣ୍ଣାଟକବାସୀ । ଧୂପ, ଦୀପ ଦେଇ ନୁହେଁ ବରଂ ପଇଡ ଦେଇ ପୂଜୁଛନ୍ତି । କର୍ଣ୍ଣାଟକର ପ୍ରସିଦ୍ଧ କଦରି ଶ୍ରୀମଞ୍ଜୁନାଥ ମନ୍ଦିରରେ ଆୟୋଜିତ ହୋଇଛି ଏମିତି ଏକ ସ୍ବତନ୍ତ୍ର ପୂଜା । ଶ୍ରୀଆଲାଭିଷେକ ସହ ଭଗବାନ ମଞ୍ଜୁନାଥଙ୍କୁ ପଇଡ ଅର୍ପଣ କରାଯାଇଛି । ଚଳିତବର୍ଷ ମୌସୁମୀ ସ୍ବାଭାବିକ ହେବା ସହ ଭଲ ବର୍ଷା ପାଇଁ ଏହି ପୂଜାର ଆୟୋଜନ କରାଯାଇଥାଏ । 

Get real time updates directly on you device, subscribe now.

Comments
Loading...