News World Odisha
Current News Updates

ଯାହା ପୁଅକୁ ସାପ କାମୁଡ଼ିଛି…

0 131

Get real time updates directly on you device, subscribe now.

ବାତ୍ୟାର ବାର ଦିନ ପରେ ପୁଣି ଡରିଲା ରାଜଧାନୀ  । ସୁସୁ ପବନ ଆଉ ଆକାଶରେ କଳାହାଣ୍ଡିଆ ମେଘ ଦେଖି ଭୁବନେଶ୍ୱରିଆ ଛାତିରେ ପଶିଲା ଛନକା  । ଯାହା ପୁଅକୁ ସାପ କାମୁଡ଼େ ତା ମାଆ ପାଳ ଦୌଡ଼ି ଦେଖି ଡରିଲା ପରି ଏବେ ଭୁବନେଶ୍ୱର ବାସିନ୍ଦା ଟିକେ ବର୍ଷା ପବନ ହେଲେ ଡରି ଛାନିଆ ହୋଇଯାଉଛନ୍ତି  । ୩ ତାରିଖ ପରେ ଆଜି ପ୍ରଥମ ଥର ରାଜଧାନୀରେ ବର୍ଷା ହୋଇଛି  । ବର୍ଷା ପୂର୍ବରୁ ପ୍ରବଳ ପବନ ସମସ୍ତଙ୍କୁ ଡରେଇ ଦେଇଛି  ।

ଭୁବନେଶ୍ୱରରେ ବର୍ଷା ପବନ

କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ବର୍ଷାପବନ ହୋଇଛି  । ବର୍ଷା ବେଳେ ବିଜୁଳି ସହ ଘଡ଼ଘଡ଼ି ମାରିଛି  । ବୁଧବାର ସନ୍ଧ୍ୟାରେ ଅସରାଏ ବର୍ଷା ଶୁକ୍ରବାର ସେ ଛାତିଥରା ଦୃଶ୍ୟକୁ ତାଜା କରିଦେଇଛି  । ଛାରଖାର ହୋଇଯାଇଥିବା ରାଜଧାନୀ ଏ ବର୍ଷା ପବନ ଦେଖି ନିଜ ଛାତିରେ ଛେପ ପକାଇଛି  । ଫୋନି ପବନରେ ଉଜୁଡ଼ିଯାଇଥିବା ଘରକୁ ସଜାଡ଼ୁଥିବା ମଣିଷମାନେ ଆକାଶର ଅଚାନକ ବର୍ଷା ଦେଖି ଡରିଯାଇଛନ୍ତି  । କାଳବୈଶାଖୀ ବର୍ଷା ଦେଖି ଛକ ଛକରେ ଗୋଟିଏ ଚର୍ଚ୍ଚା ଯେ, ପୁଣି ଫେରିଲା କି ଫୋନି ?

Get real time updates directly on you device, subscribe now.

Comments
Loading...