News World Odisha
Current News Updates

ଚାେରି ସନ୍ଦେହରେ ଲଣ୍ଡା କରି ଆଇନକୁ ହାତକୁ ନେଲେ…

0 154

Get real time updates directly on you device, subscribe now.

ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ଥାନା ଅନ୍ତର୍ଗତ କାଦୁଆ ଗ୍ରାମର ଚାରି ଜଣ ଯୁବକଙ୍କୁ ଚୋର ଅଭିଯୋଗ ସନ୍ଦେହରେ ଗ୍ରାମବାସୀ ତାଙ୍କୁ ଲଣ୍ଡା କରିଛନ୍ତି। କଙ୍ଗାରୁ କୋର୍ଟ ଉପରେ ଯେତେବେଳେ ପ୍ରଶାସନ ରୋକ ଲଗେଇବାକୁ ଉଦ୍ୟମ ଜାରି ରଖିଛି ସେହି ସମୟରେ କାଦୁଆ ଗ୍ରାମରେ ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚୋରି ଅଭିଯୋଗରେ ଗ୍ରାମବାସୀ ଏକଜୁଟ ହୋଇ ସେହି ଚାରି ଜଣ ଯୁବକଙ୍କୁ ବାନ୍ଧି ଲଣ୍ଡା କରିବା ସହ ନିର୍ଧୂମ ମାଡ଼ ମାରି ଗାଁ ଦାଣ୍ଡରେ ବୁଲାଇବା ସମୟରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚାର ଉଚାର ଜାରି ରଖିଛନ୍ତି । ଏହି ଲଣ୍ଡା ହେବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.

Comments
Loading...