News World Odisha
Current News Updates

ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁନି : ମମତା

0 195

Get real time updates directly on you device, subscribe now.

ଇସ୍ତଫା ଦେବା ପାଇଁ ମମତା ବାନାର୍ଜୀଙ୍କ ଇଚ୍ଛା ପ୍ରକାଶ । ସାମ୍ବାଦିକ ସମ୍ମଳନୀ ଡାକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ମମତା କହିଛନ୍ତି, ସେ ଆଉ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁନାହାନ୍ତି । ଛଅ ମାସ ପାଇଁ ମୁଁ କାମ କରିବାକୁ ଅକ୍ଷମ । ଏନେଇ ଦଳକୁ ଜଣାଇ ଦେଇଛି । ଦଳ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ, ପଦବୀ ନୁହେଁ । ସାଧାରଣ ନିର୍ବାଚନରେ ଟିଏମ୍‌ସିର ବିପର୍ଯ୍ୟୟ ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମଳନୀ ଡାକି ଏଭଳି କହିଛନ୍ତି ମମତା ।

ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନରେ ଏଥର ବିଜେପି ଗତଥରଠାରୁ ବେଶ ଭଲ ପ୍ରଦର୍ଶନ କରିଛି । ରାଜ୍ୟରେ ୪୨ଟି ଲୋକସଭା ଆସନରୁ ବିଜେପି ୧୮ଟି ଆସନରେ ଜିତିଛି । ୨୦୧୪ ନିର୍ବାଚନରେ ବିଜେପି କିନ୍ତୁ ପଶ୍ଚିମବଙ୍ଗରେ ମାତ୍ର ଦୁଇଟି ଆସନରେ ଜିତିଥିଲା । ଏଥର ନିର୍ବାଚନରେ ବିଜେପିର ଏଭଳି ପ୍ରଦର୍ଶନକୁ ସହଜରେ ଗ୍ରହଣ କରିପାରିନାହାନ୍ତି ମମତା । ଏଥର ନିର୍ବାଚନରେ ନିରପେକ୍ଷତାକୁ ନେଇ ସେ ପ୍ରଶ୍ନ ଉଠାଇବା ସହିତ ସାମ୍ବାଦିକ ସମ୍ମଳିନୀ ଡାକି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments
Loading...