News World Odisha
Current News Updates

ମୋଦି ଏନଡିଏ ନେତା ନିର୍ବାଚିତ

0 78

Get real time updates directly on you device, subscribe now.

ପୁଣି ସର୍ବସମ୍ମତିକ୍ରମେ ଏନ୍‌ଡିଏର ନେତା ଭାବେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦି । ସଂସଦର ସେଣ୍ଟ୍ରାଲ ହଲରେ ଏନଡିଏର ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେପି ସମେତ ସାଥି ଦଳ ଗୁଡ଼ିକର ସାଂସଦ ଏଥିରେ ଯୋଗଦେଇଥିଲେ । ଏଥିରେ ସର୍ବସମ୍ମତିକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଏନ୍‌ଡିଏର ସଂସଦୀୟ ଦଳ ନେତା ନିର୍ବାଚିତ କରାଯାଇଛି।

ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିଜେପି ସଭାପତି ଅମିତ ଶାହା, ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ, ବିଜେପି ଶାସିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ୨୯୭୧ ପରେ ଦେଶରେ ପ୍ରଥମଥର ପାଇଁ କୌଣସି ଏକ ପାର୍ଟିର ସରକାର ପୁନର୍ବାର ପୁନଃ ସଂଖ୍ୟାଗରିଷ୍ଠତାର ସହିତ ବିଜୟଲାଭ କରିଥିବା ବିଜେପି ସଭାପତି ଅମିତ ଶାହା କହିଛନ୍ତି ।

୧୭ରୁ ଅଧିକ ରାଜ୍ୟରେ ବିଜେପିକୁ ୫୦ ପ୍ରତିଶତରୁ ଅଧିକ ଭୋଟ୍‌ ମିଳିଛି । ଦେଶବାସୀ ବହୁ ଆଶାରେ ମୋଦିଙ୍କୁ ୨୦୧୪ରେ ଜିତାଇଥିଲେ । ମୋଦି ମଧ୍ୟ ଦେଶରେ ବିକାଶ ଆରମ୍ଭ କରିଛନ୍ତି । ଏବେ ଏହା ଆହୁରି ଦ୍ରୁତ ଗତିରେ ସାରା ଦେଶରେ ଚାଲିବ । ନରେନ୍ଦ୍ର ମୋଦିଙ୍କ ପ୍ରତି ଦେଶବାସୀଙ୍କ ଭଲ ପାଇବା, ତାଙ୍କ ନେତୃତ୍ବ ଓ ତାଙ୍କ ଶାସନ ଆଜିର ସଫଳତାର ପ୍ରମାଣ ବୋଲି ଶାହା କହିଛନ୍ତି । ଏନ୍‌ଡିଏ ନେତା ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦି ରାଇସିନା ହିଲ୍‌ ଯାଇ ସରକାର ଗଠନ ପାଇଁ ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେବେ । ଏହାପରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ।

Get real time updates directly on you device, subscribe now.

Comments
Loading...