News World Odisha
Current News Updates

ପରାଜୟ ପରେ ପଦ ଛାଡ଼ିବାକୁ ଜିଦ୍ ଧରିଲେ ରାହୁଲ

0 343

Get real time updates directly on you device, subscribe now.

ପୁଅକୁ ମନେଇବାକୁ ଚେଷ୍ଟା କରୁଛନ୍ତି ମା’ । ମାନୁନି ପୁଅ, ଜିଦି କରୁଛି ଇସ୍ତଫା ଦେବ । ଏମିତି ଏକ ପରିସ୍ଥିତି ଦେଖିବାକୁ ମିଳିଛି କଂଗ୍ରେସ ଦଳରେ । କଂଗ୍ରେସର ଶୋଚନୀୟ ପରାଜୟ ପରେ ବାଧିଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ । କେନ୍ଦ୍ରରେ ବିଜେପିର ସୁନାମୀ ଆସିବାପରେ ଧ୍ୱଂସ ହୋଇଛି କଂଗ୍ରେସ ଗଡ଼  । ପରାଜୟକୁ ସ୍ୱୀକାର କରି ଇସ୍ତଫା ଦେବାକୁ ଅଡ଼ି ବସିଛନ୍ତି ରାହୁଲ  ।

ତେଣୁ ଆଜି ଚାଲିଛି CWC ବୈଠକ  । ବୈଠକରେ ଇସ୍ତଫା ଦେଇଛନ୍ତି ରାହୁଲ କିନ୍ତୁ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇନାହିଁ । ସେପଟେ ତାଙ୍କ ଏହି ନିଷ୍ପତିକୁ ମାନିବାକୁ ନାରାଜ ଅଛନ୍ତି ମାଆ ସୋନିଆ ଗାନ୍ଧି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ।  ହାର-ଜିତ ଲାଗି ରହେ ତେଣୁ ଏମତି ପରିସ୍ଥିତି କୁ ସାମ୍ନା କରିବା ଦରକାର, ଏବଂ ଇସ୍ତଫାର କୌଣସି ଆବଶ୍ୟକତା ନାହିଁ ବୋଲି କହି ରାହୁଲଙ୍କୁ ବୁଝେଇବାକୁ ଚେଷ୍ଟା କରୁଛନ୍ତି ମନମୋହନ । କିନ୍ତୁ ଏବେ ବି ରାହୁଲ ତାଙ୍କ ଜିଦିରେ ଅଟଳ ଥିବା ଜଣାପଡିଛି  ।

Get real time updates directly on you device, subscribe now.

Comments
Loading...