News World Odisha
Current News Updates

ଷଡଯନ୍ତ୍ରକାରୀ ସାବଧାନ ! ଖଳନାୟକଙ୍କୁ ଖୋଜୁଛନ୍ତି ନବୀନ…

0 352

Get real time updates directly on you device, subscribe now.

କାହିଁକି କମିଲା ବିଜେଡିର ଭୋଟ ? କଣ ପାଇଁ ଦୋହଲିଲା ବିଜେଡି ଗଡ଼ ? ବିଜେଡି ଖାତାରୁ ବିଜେପିକୁ କାହିଁକି ଗଲା ଅଧିକ ଭୋଟ ? ବିଧାୟକ ଭଲ କରୁଥିବା ବେଳେ ସାଂସଦମାନେ ହାରିବା ପଛର କାରଣ କଣ ? ଏସବୁ ଦିଗକୁ ନେଇ ନବୀନ ନିବାସରେ ଚାଲିଥିଲା ପରାଜୟର ପୋଷ୍ଟମର୍ଟମ  । ନବୀନ ଜଣଜଣ କରି ବିଧାୟକ ଓ ସାଂସଦଙ୍କୁ ପଚାରି ପରାଜୟର ପ୍ରକୃତ କାରଣ ବୁଝିଛନ୍ତି  । ବିଜେଡି ବିଧାନସଭାରେ ଭଲ ପ୍ରଦର୍ଶନ କରିଥିବା ବେଳେ ଲୋକସଭାରେ ଭଲ କରିନାହିଁ  । ପୂର୍ବଥର ଅପେକ୍ଷା ବିଜେଡି ହାତରୁ ୮ ଆସନ ବିଜେପି ବ୍ୟାଗକୁ ଚାଲିଯିବା ପରେ ଚିହିଁଙ୍କି ଉଠିଛନ୍ତି ନବୀନ  । ଆଗ୍ରେସିଭ ମୁଡରେ ନବୀନ ପରାଜୟର ସମୀକ୍ଷା ଆରମ୍ଭ କରିବା ସହ ବିଭୀଷଣର ପ୍ରମାଣ ମିଳିଲେ, ତ୍ରାହି ନାହିଁ ବୋଲି ଚେତାବନୀ ଦେଇଛନ୍ତି । ବିଧାୟକ ଅନୁପାତରେ ସାଂସଦ ସଂଖ୍ୟା କମିଥିବାରୁ ବିଜେଡି ନେତା ଏବେ ଭୟରେ। କାରଣ ନବୀନ ସ୍ପଷ୍ଟ କରିଛନ୍ତି, ଯିଏ ବିଦ୍ରୋହ କରିଛି, ସିଏ ରହିବ ସ୍କାନରରେ।

୨୦୧୪ରେ ୨୦ ଜଣ ବିଜେଡି ସାଂସଦ ଜିତିଥିଲେ ହେଲେ ୨୦୧୯ରେ ୯ ଜଣ ସାଂସଦ ଚିତ୍‌ପଟାଙ୍ଗ ମାରିବାରୁ ଚିନ୍ତାରେ ବିଜେଡି ଶିବିର। ପୂର୍ବରୁ ନବୀନ ଦାବି କରିଥିଲେ କେନ୍ଦ୍ରରେ ଝୁଲା ସରକାର ହେବ ଯେଉଁଠି ବିଜେଡି ନେବ ନିଣ୍ଣାର୍ୟକ ଭୂମିକା। ହେଲେ କଥା ଓଲଟି ଯିବା ପରେ ନବୀନ ଖୋଜୁଛନ୍ତି ଦଳୀୟ ଖଳନାୟକଙ୍କୁ ଆଉ ଯେଉଁ ଯେଉଁ ଜାଗାରେ ସାଂସଦ ପ୍ରାର୍ଥୀ ପରାଜୟ ବରଣ କରିଛନ୍ତି ସେ କ୍ଷେତ୍ରର ସମୀକ୍ଷା କରୁଛନ୍ତି  । ଉକ୍ତ ଜିଲ୍ଲାର ସଭାପତିଙ୍କୁ ଡାକି ନବୀନ ଟ୍ୟୁସନ କରୁଛନ୍ତି  । କେଉଁ ପରିସ୍ଥିତିରେ ଏତେ ଖରାପ ପ୍ରଦର୍ଶନ ହେଲା ସେନେଇ ବି ଜବାବ ମାଗିଛନ୍ତି, ରିପୋର୍ଟ ମାଗିଛନ୍ତି ।

ବିଜେପି ୮ ଓ କଂଗ୍ରେସ ଗୋଟିଏ ସିଟ୍ ନେଇଯିବା ପରେ ଉକ୍ତ ଅଞ୍ଚଳର ଦାୟିତ୍ୱରେ ଥିବା ନେତାଙ୍କ ଉପରେ ଖପ୍ପା ହୋଇଛନ୍ତି ନବୀନ  । ବରଗଡ଼ରେ ବିଜେଡି ବିଧାନସଭାର ସବୁ ଆସନ ଜିତିଥିବା ବେଳେ ଲୋକସଭା ଆସନ କିନ୍ତୁ ହରାଇବାକୁ ପଡ଼ିଛି  । ଖୋଦ ମୁଖ୍ୟମନ୍ତ୍ରୀ ଲଢ଼ୁଥିବା ଜିଲ୍ଲାରେ ବିଜେପି ସାଂସଦ ପ୍ରାର୍ଥୀ କେମିତି ବିଜୟୀ ହେଲେ ଆଉ ବିଜେପି ଖାତାକୁ କେଉଁ ପରିସ୍ଥିତିରେ ଭୋଟ ଗଲା ସେନେଇ ସମୀକ୍ଷା କରିଛନ୍ତି  । ସେହିପରି ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା, ବଲାଙ୍ଗିରରେ ଡୁନ ଆଲୁମିନି କଳିକେଶ ସିଂହଦେଓ ହାରିବା ପରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିରକୁ ଗୁରୁତ୍ୱର ସହ ନେଇଛନ୍ତି  । ବାଲେଶ୍ୱର, ସମ୍ବଲପୁର, କଲାହାଣ୍ଡି ଆଦି ନିର୍ବାଚନମଣ୍ଡଳୀ ସ୍ଥିତି ନେଇ ମଧ୍ୟ ରିପୋର୍ଟ ମାଗିଛନ୍ତି ନବୀନ  ।

ସେପଟେ ବିଧାୟକ ଜିତୁଥିବା ବେଳେ ସାଂସଦ କେଉଁ ପରିସ୍ଥିତିରେ ହାରିଲେ ? ହାରିବା ପଛରେ କାହା ହାତ ଥିଲା ? ଘରେ ରହି କେହି ବିଭୀଷଣ ସାଜିଛନ୍ତି କି ? ଯଦି ଅଛନ୍ତି ତେବେ ସେମାନଙ୍କୁ ଛାଟ ଦେବାକୁ ନବୀନ ସଙ୍କେତ ଦେଇଛନ୍ତି  । ତେବେ ଅପେକ୍ଷା ରହିଲେ ପରାଜୟ ପଛରେ ପ୍ରକୃତ କାରଣ କଣ ସାମ୍ନାକୁ ଆସୁଛି  ।

Get real time updates directly on you device, subscribe now.

Comments
Loading...