News World Odisha
Current News Updates

୨୯ ପାଇଁ ଇନଭାଇଟ୍: ନରେନ୍ଦ୍ରଙ୍କୁ ନିମନ୍ତ୍ରଣ କଲେ ନବୀନ

0 849

Get real time updates directly on you device, subscribe now.

ମୋଦିଙ୍କୁ ନିମନ୍ତ୍ରଣ କଲେ ନବୀନ  । ନିଜ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନରେନ୍ଦ୍ରଙ୍କୁ ନିମନ୍ତ୍ରଣ କଲେ ନବୀନ ପଟ୍ଟନାୟକ  । ଆସନ୍ତା ୨୯ରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବାରୁ ଶପଥ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି ନବୀନ  । ତେବେ ପୂର୍ବରୁ ମଧ୍ୟ ମୋଦିଙ୍କୁ ଆଗୁଆ ନିମନ୍ତ୍ରଣ କରିଥିଲେ ନବୀନ  । ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରେମୁଣା ସଭାରୁ ମୋଦିଙ୍କୁ ନିମନ୍ତ୍ରଣ ଦେଇଥିଲେ  । କେନ୍ଦ୍ରାପଡ଼ା ବାରୁଅରୁ ନବୀନଙ୍କୁ ଓଡ଼ିଶାବାସୀ ସାଦରେ ବିଦାୟ ଦେବାକୁ କହି ଆକ୍ରମଣ କରିଥିବା ବେଳେ ତାପର ଦିନ ନବୀନ ରେମୁଣାରୁ ମୋଦିଙ୍କୁ ରକେଟ ମାରିଥିଲେ  । ପୁଣି ଥରେ ବିଜେଡି ସରକାର ଗଢ଼ୁଥିବାରୁ ଶପଥ ଉତ୍ସବ ଦିନ ମୋଦି ଯୋଗଦେବାକୁ ନବୀନ ନିମନ୍ତ୍ରଣ କରିଥିଲେ  । ଆଉ ତାପରେ ମୋଦି ଆସିବେ କି ନାହିଁ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା  । ଆଉ ଆଜି ପୁଣି ଥରେ ନିମନ୍ତ୍ରଣ କରି ସେଦିନର କଥାକୁ ମନେପକାଇ ଦେଇଛନ୍ତି ନବୀନ । ତେବେ ନବୀନଙ୍କ ନିମନ୍ତ୍ରଣ ରକ୍ଷା କରି ମୋଦି ଆସୁଛନ୍ତି କି ନାହିଁ ତାହାକୁ ଅପେକ୍ଷା ରହିଲା  ।

ଖାଲି ମୋଦିଙ୍କୁ ନୁହେଁ ଶପଥ ଉତ୍ସବରେ ଯୋଗଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି  ।ଏହା ସହ ବିଭିନ୍ନ ଦଳର ବରିଷ୍ଠ ନେତା, ଶିଳ୍ପପତି ଓ ସ୍ୱେଚ୍ଛାସେବୀ ସଙ୍ଗଠନର ମହିଳାମାନଙ୍କୁ ନିମନ୍ତ୍ରଣ କରାଯାଇଛି ।  ପତ୍ର ତୋଳାଳିଙ୍କୁ ମଧ୍ୟ ଶପଥ ଉତ୍ସବରେ ସାମିଲ କରିବା ପାଇଁ ନିମନ୍ତ୍ରଣ କରାଯାଇଥିବା ବିଜେଡି କହିଛି  ।

Get real time updates directly on you device, subscribe now.

Comments
Loading...