News World Odisha
Current News Updates

କାକଟପୁର କିଙ୍ଗ୍ ହେଲେ ‘କ୍ରୀଡ଼ା ମନ୍ତ୍ରୀ’

0 875

Get real time updates directly on you device, subscribe now.

ଦଳ ବଦଳେଇଲେ, ଫଳ ପାଇଲେ  । ସବୁଜ ଶିବିରକୁ ଆସି ‘ଖେଳ’ କଲେ  । କଥାଟା ଟିକେ କାନକୁ ଏପଟ ସେପଟ ଲାଗୁଥିଲେ ବି ଖବରଟି ବେଶ ରୋଚକ ଆଉ ସତ ମଧ୍ୟ  । ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ନୂଆ ମୁହଁ ତୁଷାରକାନ୍ତିଙ୍କୁ ନେଇ ହେଉଛି ଏମିତି ଚର୍ଚ୍ଚା  । ଆଜି ମନ୍ତ୍ରୀ ଭାବେ ଶପଥ ନେବା ପରେ ସଜସଜ ମିଳିଥିବା ବିଭାଗକୁ ନେଇ ଏବେ ବେଶ ଚର୍ଚ୍ଚାରେ ତୁଷାର  । କାରଣ ତୁଷାରଙ୍କୁ ମିଳିଛି କ୍ରୀଡ଼ା ବିଭାଗ  । ବିଜେପି ଟିକଟକୁ ଟା ଟା କରି ବିଜେଡିରୁ ଲଢ଼ିଥିବା ତୁଷାର କାକଟପୁରର କିଙ୍ଗ ହେବା ପରେ ନବୀନ କରିଛନ୍ତି ମନ୍ତ୍ରୀ  ।

ବିଭାଗ ବଣ୍ଟନ ବେଳେ ୯ ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରୁ ତୁଷାରଙ୍କୁ କ୍ରୀଡ଼ା ସହ ଆଇଟି ଓ ଯୁବ ବ୍ୟାପାର ବିଭାଗ ମିଳିଛି  । ତେବେ କ୍ରୀଡ଼ା ବିଭାଗ ଯେଉଁ ମନ୍ତ୍ରୀଙ୍କୁ ମିଳେ ସେମାନେ ସର୍ବଦା ଚର୍ଚ୍ଚାରେ ରୁହନ୍ତି ଆଉ ଗୁରୁ ଦାୟିତ୍ୱ ବି ମୁଣ୍ଡାନ୍ତି  । କାରଣ ଅତୀତରେ କ୍ରୀଡ଼ା ମନ୍ତ୍ରୀ ଅନେକ ଗୁରୁ ଦାୟିତ୍ୱ ନେଇଥିବା ଉଦାହରଣ ରହିଛି  । ପୂର୍ବ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କମନ ୱେଲଥ୍ ଗେମ ଓ ହକି ବିଶ୍ୱକପକୁ ସଫଳ କରାଇ ସାରା ବିଶ୍ୱରେ ଓଡ଼ିଶାର ନାମକୁ ରୋସନ କରିଛନ୍ତି  । ତେବେ ଏଥର ତୁଷାରଙ୍କୁ ମଧ୍ୟ ସେମିତି ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ  । ଆଗକୁ ହକି ଇଣ୍ଡିଆ ଲିଗ୍ ହେବାକୁ ଥିବା ବେଳେ ତୁଷାର ସେଭଳି କାମ କରିବେ ବୋଲି ଆଶା କରାଯାଉଛି  ।

Get real time updates directly on you device, subscribe now.

Comments
Loading...