News World Odisha
Current News Updates

ପୁଣି ଚର୍ଚ୍ଚାରେ ପ୍ରତାପ ଷଡ଼ଙ୍ଗୀ, ଏବେ ଅନ୍ତର୍ଜାତୀୟ ମିଡିଆରେ…

0 34,303

Get real time updates directly on you device, subscribe now.

ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚିତ ଚେହେରା ବନିଥିବା ତଥା ପ୍ରଥମ ଥର ପାଇଁ ସାଂସଦ ହୋଇ ମନ୍ତ୍ରୀପଦ ପାଇଥିବା ପ୍ରତାପ ଷଡ଼ଙ୍ଗୀଙ୍କ ପୋଲ ଖୋଲିଛି ବିବିସି  । କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ପ୍ରତାପଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଥିଲା, ଯେଉଁ ଖବର ପରିବେଷଣ କରାଯାଉଥିଲା ତାହା ଉପରେ ଟିପ୍ପଣୀ ଦେଇଛି ବିବିସି  । ସାଧାସିଧା, ସରଳ ଜୀବନ ଜିଉଁଥିବା, ସାଧାରଣ ମଣିଷଟେ ଭଳି ବଞ୍ଚୁଥିବା ପ୍ରତାପଙ୍କୁ ଯେଉଁ ଭଳି ଭାବେ ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ବର୍ଣ୍ଣନା କରାଯାଇଛି ତାହାର ପେଡ଼ି ଖୋଲିଛି ଲୋକପ୍ରିୟ ଆନ୍ତର୍ଜାତୀୟ ନିରପେକ୍ଷ ଗଣମାଧ୍ୟମ ବିବିସି  । ପ୍ରତାପଙ୍କ ବିଗତ ଦିନର ଅପରାଧିକ ମାମଲାର ପେଡ଼ି ଖୋଲି କେମିତି ଜଣେ ବିବାଦୀୟ ପୃଷ୍ଠଭୂମିରେ ବଢ଼ିଥିବା ନେତାଙ୍କୁ ରାତାରାତି ହିରୋ କରି କେନ୍ଦ୍ରମନ୍ତ୍ରୀ କରାଗଲା ତାରି ଉପରେ ଖୁଲାସା କରିଛି ବିବିସି  । ଏପରିକି ନିଜ ଶୀର୍ଷକରେ ପ୍ରତାପଙ୍କ ହାତରେ ରକ୍ତର ଛିଟା ପଡ଼ିଛି ବୋଲି କହିଛି ବିବିସି  ।

ସାଂସଦ ଜିତି ଦିଲ୍ଲୀ ଯିବା ପରେ ଆଉ ମନ୍ତ୍ରୀ ହେବା ପୂର୍ବରୁ ହଠାତ ସୋସିଆଲ ମିଡିଆର ସେନସେସନ ପାଲଟି ଯାଇଥିଲେ ପ୍ରତାପ  । ତେବେ ଧଳା କୁର୍ତ୍ତା ପାଇଜାମା ପିନ୍ଧା ପ୍ରତାପଙ୍କ ୧୯୯୯ ଓ ୨୦୦୨ର ଅପରାଧିକ ପେଡ଼ିରୁ ଫିତା ଫିଟାଇଛି ବିବିସି  । ୧୯୯୯ରେ କେନ୍ଦୁଝର ଜିଲ୍ଲାର ମନୋହରପୁରରେ ଗ୍ରାହାମ ଷ୍ଟେନ ଓ ତାଙ୍କ ୨ ନିରୀହ ଶିଶୁଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିଲା  । ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦାରା ସିଂ ଓ ଅନ୍ୟମାନେ ବଜରଙ୍ଗ ଦଳର ହୋଇଥିବା ବେଳେ ପ୍ରତାପ ଥିଲେ ସେତେବେଳେ ବଜରଙ୍ଗ ଦଳର ସଭାପତି  । ଏହି ଲୋମହର୍ଷକ ଘଟଣା ସେତେବେଳେ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା  । ଏଥିସହ ୨୦୦୨ରେ ବି ପ୍ରତାପ ବିଧାନସଭା ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିଲେ  । ଯେଉଁଥିରେ ଦକ୍ଷିଣପନ୍ଥୀମାନେ ବିଧାନସଭା ଭିତରକୁ ଧସେଇ ପଶି ଭଙ୍ଗାରୁଜା କରିବା ସହ ସରକାରୀ ସମ୍ପତ୍ତିକୁ ନଷ୍ଟ କରିଥିବାର ମାମଲା ହୋଇଥିଲା  ।

ଆଉ ସେତେବେଳେ ପ୍ରତାପଙ୍କୁ ଗିରଫ କରିଥିଲା ପୋଲିସ  । ଦଙ୍ଗା ଭିଆଇବା, ବିଧାନସଭା ପରି ପବିତ୍ର ଗୃହକୁ ୫୦୦ କର୍ମୀ ଧରି ଆକ୍ରମଣ କରିବା ଅଭିଯୋଗରେ ପ୍ରତାପଙ୍କୁ ଗିରଫ କରାଯାଇଥିଲା  । ପ୍ରତାପ ଯେତେବେଳେ ବଜରଙ୍ଗ ଦଳର ମୁଖ୍ୟ ଥିଲେ ଏ ଅଭିଯୋଗ ମଧ୍ୟ ତାଙ୍କ ନାଁରେ ଥିଲା କି, ସେ ଆଦିବାସୀ ଅଞ୍ଚଳରେ ଖ୍ରୀଷ୍ଟିୟାନ ମିସନାରୀର ଧର୍ମାନ୍ତକରଣ ବିରୋଧରେ ଜୋର ଜବରଦସ୍ତ ଅଭିଯାନ ଚଳାଇଥିଲେ  । କାଳେ ମିଶନାରୀ ଗୁଡ଼ିକ ଧର୍ମ ପରିବର୍ତ୍ତନରେ ସାମିଲ ଅଛନ୍ତି ସେନେଇ ପ୍ରତାପଙ୍କ ଦଳ ତରଫରୁ ବଳ ପ୍ରୟୋଗ କରି ବିରୋଧ କରାଯାଉଥିଲା  ।

ମାତ୍ର ଏସବୁ ଅଭିଯୋଗକୁ ପ୍ରତାପ ପରବର୍ତ୍ତୀ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖଣ୍ଡନ କରିଥିଲେ  । ସେ ଦୁର୍ନୀତି ବିରୋଧରେ ସ୍ୱର ଉଠାଉଥିବାରୁ ତାଙ୍କ ବିରୋଧରେ ଏଭଳି କଥା ଉଠାଯାଉଥିବା ସେ କହିଥିଲେ  । କିନ୍ତୁ ଏବେ ପ୍ରତାପ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହେବା ପରେ ବିବିସି ପ୍ରତାପଙ୍କ ବହୁ ଚର୍ଚ୍ଚିତ ଜୀବନଶୈଳୀ ଦେଖାଇବା ଆଳରେ ତାଙ୍କ ଅପରାଧିକ ପେଡ଼ି ଖୋଲିଛି । ତେବେ କଣ କହିଛି ବିବିସି ପଢ଼ନ୍ତୁ…https://www.bbc.com/news/world-asia-india-48470039

କେବଳ ବିବିସି ନୁହେଁ ଆମେରିକୀୟ ଗଣମାଧ୍ୟମ ‘ହଫ୍ ପୋଷ୍ଟ’ ଓ ଆଉ କିଛି ପ୍ରଖ୍ୟାତ ଜାତୀୟ ଗଣମାଧ୍ୟମ ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ କରିଛନ୍ତି  ।https://www.huffingtonpost.in/entry/pratap-sarangi-minister-odisha-graham-staines-bajrang-dal_in_5cf0e08be4b0a1997b683fd8?ncid=other_whatsapp_catgqis0hqm&utm_campaign=share_whatsapp

ଏହି ଗଣମାଧ୍ୟମ ଗୁଡ଼ିକ ରିପୋର୍ଟ ମତେ ପ୍ରତାପଙ୍କ ସାଧାସିଧା ସନ୍ୟାସୀ ଚେହେରା ପଛରେ ଏକ କଠୋର, ଦୁର୍ଦ୍ଦାନ୍ତପଣିଆର ଅପରାଧିକ ଛବି ଲୁଚି ରହିଥିବା କୁହାଯାଇଛି  । ତେବେ ପ୍ରତାପ ପ୍ରାର୍ଥିପତ୍ର ଦାଖଲ ବେଳେ ନିଜ ସତ୍ୟପାଠରେ ତାଙ୍କ ନାମରେ IPCର ସଙ୍ଗୀନ୍ ଦଫା 143, 294, 323, 506, 188, 427, 147, 435, 149, 153A, 34 ଧାରାରେ ୭ଟି ମାମଲା ବିଚାରାଧିନ ଥିବା ଉଲ୍ଲେଖ କରିଛନ୍ତି  ।

Get real time updates directly on you device, subscribe now.

Comments
Loading...