News World Odisha
Current News Updates

ମହାରଥୀଙ୍କ ମହାଡାଇଲଗ: ମୁଁ ହତାଶ ପ୍ରେମିକ ନୁହେଁ…

0 719

Get real time updates directly on you device, subscribe now.

ସେମ୍ ଷ୍ଟାଇଲ୍, ସେମ୍ ଗେଟ୍ ଅପ୍  । ଆଖିରେ ସନଗ୍ଲାସ୍, ପାଟିରେ ପାନ  । ମିଡିଆକୁ ଦେଖି ମହାଡାଇଲଗ ମାରିଲେ ମହାରଥୀ  । ନବୀନଙ୍କ ପଞ୍ଚମ ପାଳିରେ ଲଗାତାର ପଞ୍ଚମ ଥର ଜିତିବା ପରେ ପ୍ରଦୀପ ପଢ଼ାଇଛନ୍ତି ପ୍ରେମ ପାଠ  । ବିଧାନସଭାରେ ଶପଥ ନେବା ପରେ ଗଣମାଧ୍ୟମ ଆଗରେ ପ୍ରେମ ଥିଓରୀ କହିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀ  । ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ନପାଇବା ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ରଖିବାକୁ ଯାଇ ମହାରଥୀ ମାରିଛନ୍ତି ଯାତ୍ରା ଡାଇଲଗ  । ‘ମୁଁ ହତାଶ ପ୍ରେମିକ ନୁହେଁ’, ମୋତେ ଲୋକେ ବାଛିଛନ୍ତି  । ମୁଁ ଲୋକଙ୍କ ବିଧାୟକ  । ମନ୍ତ୍ରୀ କରିବା ନକରିବା ସେଇଟା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ  । ତେବେ ପ୍ରଦୀପଙ୍କ ପ୍ରେମ ଫଣ୍ଡା କ୍ୟାମେରାରେ ରେକର୍ଡ଼ ହେବା ପରେ ହତାଶ ପ୍ରେମିକ କିଏ ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ  ।

ଗଣମାଧ୍ୟମର ‘ପ୍ରେମିକା କିଏ’ ପାଲଟା ପ୍ରଶ୍ନରେ ମହାରଥୀ ‘ନୋ କମେଣ୍ଟ’ କହି ପଳାଇ ଯାଇଥିଲେ  । ତେବେ ସପ୍ତମ ଥର ପାଇଁ ତାଙ୍କୁ ପିପିଲି ଜନସାଧାରଣ ବିଶ୍ୱାସ କରି ବିଧାନସଭା ପଠାଇ ଥିବାରୁ ତାଙ୍କୁ ଧନ୍ୟବାଦ ଦେବା ସହ ବିଧାୟକ ଭାବେ ସେମାନଙ୍କ କାମ କରିବାକୁ ମହାରଥୀ କହିଛନ୍ତି  ।

ତେବେ ସବୁବେଳେ ଭିନ୍ନଭିନ୍ନ ବୟାନ ଦେଇ ବିବାଦରେ ରହିଆସୁଥିବା ପ୍ରଦୀପ ନିର୍ବାଚନ ପୂର୍ବରୁ ବଡ଼ ବିବାଦରେ ଫସିଥିଲେ  । ନିଜ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କୁ ମାଡ଼ ମାରି ବିବାଦରେ ଫସିଥିଲେ ମହାରଥୀ  । ଯେଉଁଥି ପାଇଁ ତାଙ୍କୁ ଗିରଫ କରିଥିଲା ପୋଲିସ  । ତେବେ ଏହା ପୂର୍ବରୁ ୨୦୧୧ରେ ମନ୍ତ୍ରୀଥିବା ବେଳେ ବେବିନା ଗଣଦୁଷ୍କର୍ମ ହତ୍ୟା ମାମଲାରେ ମନ୍ତ୍ରୀ ପଦ ହରାଇଥିଲେ ମହାରଥୀ  । ତେବେ ପୁରୀ ଜିଲ୍ଲାରୁ ସମୀର ଦାଶଙ୍କୁ ମନ୍ତ୍ରୀପଦ ମିଳିଥିବା ବେଳେ ମହାରଥୀଙ୍କୁ ମିଳିନଥିବାରୁ ସେ ଏହି କଥାକୁ ହତାଶ ପ୍ରେମିକର ଆଖ୍ୟା ଦେଇଛନ୍ତି ନା ଆଉ କାହାକୁ ଇଙ୍ଗିତ କରି ହତାଶ ପ୍ରେମିକର ଉପାଖ୍ୟାନ କହିଛନ୍ତି ତାହା ଏବେ ସନ୍ଦେହ ଘେରରେ  ।

Get real time updates directly on you device, subscribe now.

Comments
Loading...