News World Odisha
Current News Updates

କେମିତି ଚିହ୍ନିବେ ଅସଲି କେଶର ?

0 262

Get real time updates directly on you device, subscribe now.

କେଶର ବିଭିନ୍ନ ଖାଦ୍ୟ ହେଉ କିମ୍ବା ପାନୀୟ ପଦାର୍ଥ ପ୍ରାୟ ସବୁଥିରେ ବ୍ୟବହାର କରାଯାଇଥାଏ। ଏହା ବ୍ୟକ୍ତିଙ୍କୁ ସୁସ୍ଥ ରଖିବା ସହିତ ସୁନ୍ଦର କରିଥାଏ। ଜମ୍ମୁକଶ୍ମୀରର ପୁଲ୍‌ଓ୍ବାମାଠାରେ ବହୁଳ ଭାବେ କେଶର ଉତ୍ପାଦନ ହୋଇଥାଏ । ଏହାକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥାଏ । କେଶର କ୍ଷୀରିରେ ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ତେବେ ଆପଣ ଜାଣନ୍ତି କି ବଜାରରେ ମିଳୁଥିବା କେଶରକୁ ଅସଲି ବୋଲି ଭାବି ଘରକୁ ଆଣିବା ପରେ କିଛି କ୍ଷେତ୍ରରେ ଏହା ନକଲି ହୋଇଥାଏ । ତେଣୁ ଏପରି କିଛି ଟିପ୍ସ ଜାଣନ୍ତୁ ଯାହା ଆପଣଙ୍କୁ ଅସଲି କେଶର ଚିହ୍ନିବାରେ ସାହାଯ୍ୟ କରିବ।

ଏକ କପ ପାଣିରେ ବେକିଂ ସୋଡା ପକାଇ ଭଲ ଭାବେ ଗୋଳାନ୍ତୁ । ସେଥିରେ କିଛି କେଶର ପକାଇ ଦେଖନ୍ତୁ। ଯଦି ହଳଦିଆ ରଙ୍ଗ ଛାଡ଼ୁ ନ ଥାଏ ତେବେ ତାହା ନକଲି ବୋଲି ଜାଣନ୍ତୁ। କାରଣ ଯେକୌଣସି ଜିନିଷରେ ମିଶାଇଲେ ସୁଦ୍ଧା କେଶର ହଳଦିଆ ରଙ୍ଗ ଛାଡିଥାଏ।

କେଶର କିଣିବା ସମୟରେ ଅଳ୍ପ କିଛି ପାଟିରେ ପକାନ୍ତୁ। ଯଦି ତାହା ମିଠା ଲାଗେ ତାହା ନକଲି ବୋଲି ଜାଣନ୍ତୁ। କାରଣ ଅସଲି କେଶର ସୁଗନ୍ଧିତ ହୋଇଥାଏ। ମାତ୍ର ସ୍ବାଦ ଭଲ ହୋଇ ନ ଥାଏ।

SONY DSC

ଅଳ୍ପ ଗରମ ପାଣିରେ କେଶରରୁ କିଛି ପକାଇ ତାହାକୁ ଦେଖନ୍ତୁ। ଯଦି ତୁରନ୍ତ ରଙ୍ଗ ଛାଡ଼ିବା ଆରମ୍ଭ କରେ ତେବେ ତାହା ନକଲି ବୋଲି ଜାଣନ୍ତୁ। କାରଣ ଅସଲି କେଶରର ରଙ୍ଗ ଧୀରେ ଧୀରେ ଛାଡିଥାଏ।

କେଶରକୁ ଖରାରେ ଶୁଖାଇବା ଦ୍ୱାରା ତାହା ଭାଙ୍ଗିଯାଇଥାଏ। ମାତ୍ର ନକଲି କେଶର ସେହିପରି ରହିଥାଏ। ଏପରି ପରଖି ମଧ୍ୟ ଆପଣ ଅସଲି କିମ୍ବା ନକଲି ଜାଣିପାରିବେ।

Get real time updates directly on you device, subscribe now.

Comments
Loading...