News World Odisha
Current News Updates

ନିଆଁରେ ଜଳିଲା +2 ପ୍ରେମ…

0 259

Get real time updates directly on you device, subscribe now.

ଏକତରଫା ପ୍ରେମରୁ ମର୍ଡର । କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ନିଆଁ ଲାଗିଲା, ଭୁବନେଶ୍ବରରେ ଆଖି ବୁଜିଲେ ଛାତ୍ରୀ । ଜଣେ ଯୁକ୍ତଦୁଇ ବିଜ୍ଞାନ ଛାତ୍ର ପୋଡ଼ି ମାରିଦେଇଛି ଜଣେ ଡିପ୍ଲୋମା ଛାତ୍ରୀଙ୍କୁ । କାହାଣୀ କୋରାପୁଟରୁ ଆରମ୍ଭ ହୋଇ ଭୁବନେଶ୍ବରରେ ଶେଷ ହୋଇଛି । ଅଭିଯ଼ୁକ୍ତ ଛାତ୍ରକୁ ପୋଲିସ୍‌ ରିମାଣ୍ଡରେ ଆଣି ମର୍ଡର ପ୍ଲଟ୍‌ର ଟିଟ୍‌ବିଟ୍‌ ଖୋଜୁଛି।

କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଶବ ପାଲଟି ଯାଇଥିବା ଝିଅ ଜଣକ ଥିଲେ ସେମିଳିଗୁଡ଼ାର ଏକ ଇଂଜିନିୟରିଂ କଲେଜର ଛାତ୍ରୀ । କାନ୍ଦିକାନ୍ଦି କାଠ ପଡ଼ି ଯାଇଥିବା ଏ ବାପାମାଆଙ୍କର ସ୍ବପ୍ନ ଥିଲା, ଝିଅ ଡିପ୍ଲୋମା ପରେ ଆଗକୁ ଯିବ । ହେଲେ ପ୍ରେମ ନାଁରେ ଝିଅ ଜୀବନକୁ ଗ୍ରାସିଗଲା ଜଣେ ଜହ୍ଲାଦ ।

ପ୍ରେମିକ ବେଶରେ ଆସିଲା ସଇତାନ୍‌ । କିନ୍ତୁ ହତାଶ ହେବାରୁ ଜୀଅନ୍ତା ଜାଳିଦେଲା। ପ୍ରଥମେ ସେମିଳିଗୁଡା, ପରେ ବ୍ରହ୍ମପୁର ଓ ଶେଷରେ ଭୁବନେଶ୍ବର ଆସିଲା ଅର୍ଦ୍ଧଦଗ୍ଧ ଛାତ୍ରୀ। ପୋଡ଼ାଦେହକୁ ନେଇ ୧୦ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କଲେ । ଆଉ ଶେଷରେ ଆଖି ବୁଜିଦେଲେ । 

ମେ’ ୩୧, ୨୦୧୯ । ଏକ ମେସ୍‌ରେ ହୁତ୍‌ହୁତ୍‌ ହୋଇ ଜଳି ଉଠିଲେ ସେମିଳିଗୁଡାର ଏହି ସରଳ ଝିଅ । ଏକତରଫା ପ୍ରେମରେ ବିଫଳ ହୋଇ ତାଙ୍କ ଦେହରେ ନିଆଁ ଲଗାଇଦେଲା ଜଣେ ଯ଼ୁକ୍ତ ଦୁଇ ଛାତ୍ର । ଆଉ ବାହାର ପଟୁ କବାଟ୍‌ ବନ୍ଦ କରି ଫେରାର୍‌ ହୋଇଗଲା। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହେଲେ ଛାତ୍ରୀ। ଘଟଣାର ୪ ଦିନ ପରେ ନନ୍ଦପୁର ଥାନାରେ ଅଭିଯୁକ୍ତ ଆତ୍ମସମର୍ପଣ କରିଥିଲା ।

ପ୍ରେମ, ପ୍ରତିଶୋଧ ଓ ହତ୍ୟା । ପାହାଡ଼ି ଇଲାକାରେ ଘଟିଥିବା ଏ ଲୋମହର୍ଷଣକାରୀ ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏହି ଘଟଣା ପଛରେ କେବଳ ଜଣେ ଛାତ୍ର ନା ଏହା ଏକ ସଂଘବଦ୍ଧ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ, ତା’ ଉପରୁ ଏବେବି ପରଦା ଉଠିନି ।

Get real time updates directly on you device, subscribe now.

Comments
Loading...