News World Odisha
Current News Updates

ନେପାଳରେ ବସ ଦୁର୍ଘଟଣା: ୨ ଓଡ଼ିଆ ମୃତ

0 86

Get real time updates directly on you device, subscribe now.

ତୀର୍ଥକରି ଫେରୁଥିବାବେଳେ ଅଘଟଣ । ବସରେ ବୁଲିବାକୁ ଯାଇଥିବାବେଳେ ପଛପଟୁ ଧକ୍କା ଦେଲା ଟ୍ରକ । ନେପାଳ କାଠମାଣ୍ଡୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣ ଓଡିଆ ପ୍ରାଣ ହରାଇଛନ୍ତି। ଖୋର୍ଦ୍ଧା ମଳିପଡାର ଚରଣ ବିଶ୍ବାଳ ଓ ଡେଲାଙ୍ଗ ଯମୁ୍ନାର ବିଜୟ ଜେନାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ୨୧ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ଜଣ ଓଡ଼ିଆ ଥିବା ଜଣାପଡିଛି। ଗତକାଲି ମଧ୍ୟରାତ୍ରୀରେ ରାଉତାହାଟ ଜିଲ୍ଲାର ଚନ୍ଦ୍ରପୁର ହାଇଓ୍ବେର ମଙ୍ଗଳପୁର ନିକଟରେ ବସ ଅଟକିଥିଲା। କିଛି ଯାତ୍ରୀ ବସରୁ ଓହ୍ଲାଇଥିଲେ। ତେବେ ଜନକପୁରରୁ କାଠମାଣ୍ଡୁ ଯାଉଥିବା ଏକ ଟ୍ରକ୍‌ ଯାତ୍ରୀଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଗତ ୬ ତାରିଖରେ ୬୦ ଯାତ୍ରୀ ନେପାଳ ବୁଲିବାକୁ ଯାଇଥିଲେ।

Get real time updates directly on you device, subscribe now.

Comments
Loading...