News World Odisha
Current News Updates

ଜୁଲାଇରେ ଲଞ୍ଚ୍ ହେବାକୁ ପ୍ରସ୍ତୁତ ଚନ୍ଦ୍ରୟାନ ୨…

0 85

Get real time updates directly on you device, subscribe now.

ଚନ୍ଦ୍ରୟାନ ୨ ପରୀକ୍ଷଣ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଇସ୍ରୋ । ଏବେ ଶେଷ ପରୀକ୍ଷା ତାମିଲନାଡୁର ମହେନ୍ଦ୍ର ଏବଂ ବେଙ୍ଗାଲୁରୁ ର ବ୍ୟାଲ୍ଲୁ ଠାରେ ଚାଲିଛି । ବର୍ତ୍ତମାନ ଯୋଜନା ହିସାବରେ ମହାକାଶଯାନଟି ଜୁନ୍‌ ୧୯ ରେ ବେଙ୍ଗାଲୁରୁ ଛାଡିବ ଆଉ ଜନ୍‌ ୨୦ କିମ୍ବା ୨୧ରେ  ଶ୍ରୀହରିକୋଟା ଲଞ୍ଚ୍‌ପ୍ୟାଡ ରେ ପହଞ୍ଚିବ । ଜୁଲାଇ ୯ ତାରିଖରେ ଏହାର ଅନ୍ତିମ ପରୀକ୍ଷଣ ହେବ ।

୩ଡି ମ୍ୟାପିଙ୍ଗ ଜରୀଆରେ ଚନ୍ଦ୍ରରେ ଅବସ୍ଥିତ ଥିବା ଜଳକଣା ଏବଂ ଅନ୍ୟ ଖଣିଜ ପଦାର୍ଥ ମାନଙ୍କର ନିରୀକ୍ଷଣ ପ୍ରକ୍ରିୟା କରାଯିବ । ତେବେ ଯଦି ଚନ୍ଦ୍ରୟାନ ୨ର ପରୀକ୍ଷଣ ସଫଳ ହୁଏ ତେବେ ଚନ୍ଦ୍ରରେ ମାନବ ଜଗତର ରହଣୀ ସ୍ୱପ୍ନକୁ ସାକାର କରିବା ପାଇଁ ବେଶୀ ଦିନ ଲାଗିବନି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments
Loading...