News World Odisha
Current News Updates

ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ ବଡ଼ ଖବର : ଚଳିତ ବର୍ଷ ବଢ଼ିବନି ବିଜୁଳି ଦର

0 167

Get real time updates directly on you device, subscribe now.

ରାଜ୍ୟ ବିଜୁଳି ଉପଭୋକ୍ତ।ଙ୍କ ପାଇଁ ଆଶ୍ବସ୍ତି । ୨୦୧୯-୨୦ ପାଇଁ ବଢିବନି ବିଜୁଳି ଦର । ଦର ଅପରିବର୍ତ୍ତିତ ରଖିଲେ ଓଇଆରସି । ତେବେ କ୍ଷୁଦ୍ର ଉପଭୋକ୍ତ।ଙ୍କ ପାଇଁ ଘୋଷଣା ହୋଇଛି ଏକ ସ୍ବତନ୍ତ୍ର ସୁବିଧା ।

ଡିଜିଟାଲ ପେମେଣ୍ଟ କଲେ ୨% ରିହାତି ମିଳିବ ବୋଲି ଘୋଷଣା ହୋଇଛି । ସେହିଭଳି ବର୍ଷକଯାକ ସଠିକ ବିଲ୍‌ ପେମେଣ୍ଟ କରୁଥିବା ଉପଭୋକ୍ତ।ଙ୍କୁ ମାର୍ଚ୍ଚ ମାସରେ ରିବେଟର ଦୁଇ ଗୁଣା ରିବେଟ ମିଳିବ ବୋଲି ସୂଚନା ଦେଇଛି ଓଇଆରସି ।

ଜୁନ୍‌ ପହିଲାରୁ ଲାଗୁ ହେବ ଏହି ନୂଆ ନିୟମ । ପୂର୍ବରୁ ନିଷ୍ପତ୍ତି ହୋଇସାରିଥିଲେ ମଧ୍ୟ ନିର୍ବାଚନ ଆଚରଣ ବିଧି ଯୋଗୁଁ ପ୍ରକାଶ ପାଇନଥିଲା ।

Get real time updates directly on you device, subscribe now.

Comments
Loading...