News World Odisha
Current News Updates

୮ ଦିନ ପରେ ମିଳିଲା ନିଖୋଜ୍ ବିମାନ ଏଏନ୍-୩୨ର ଭଗ୍ନାଂଶ…

0 770

Get real time updates directly on you device, subscribe now.

ଠାବ ହେଲା ନିଖୋଜ ବାୟୁସେନା ବିମାନ AN-32 । ଅରୁଣାଞ୍ଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାର ଉତ୍ତର ଲିପୋରୁ ବିମାନର ଧ୍ବଂସାବଶେଷ ଠାବ କରିଛି ବାୟୁସେନା । ବିମାନରେ ଥିବା ୧୩ ଯାତ୍ରୀଙ୍କ ସଂପର୍କରେ ଏଯାଏଁ କୈାଣସି ସୂଚନା ମିଳିନଥିବା ବାୟୁସେନା ପକ୍ଷରୁ କୁହାଯାଇଛି ।

ଜୁନ ୩ ତାରିଖରୁ ବିମାନଟି ନିଖୋଜ ହୋଇଯାଇଥିଲା । ଅରୁଣାଞ୍ଚଳ ପ୍ରଦେଶର ମେଞ୍ଚୁକା ପାଖରୁ ବିମାନର ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଆସାମ ଜୋରହଟରୁ ଅରୁଣାଚଳ ପ୍ରଦେଶ ଅଭିମୁଖେ ଯାଇଥିବା AN-32 ହେଲିକପ୍ଟରରେ ୮ଜଣ କ୍ରିଉ ମେମ୍ବର ଏବଂ ୫ ଯାତ୍ରୀ ଥିଲେ ।

ତେବେ ନିଖୋଜଙ୍କ ମଧ୍ୟରେ ଅଛନ୍ତି ଓଡିଆ ପାଇଲଟ ସୁନିତ ମହାନ୍ତି । ଅନ୍ୟପଟେ ସୁନିତଙ୍କ ଫେରାଇ ଆଣିବାକୁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଆସିକା ସାଂସଦ ପ୍ରମିଳା ବିଷୋୟୀ ।

Get real time updates directly on you device, subscribe now.

Comments
Loading...