News World Odisha
Current News Updates

ବିଦେଶିଙ୍କ ହାତରେ ଦେଶୀ ତଡକା

0 86

Get real time updates directly on you device, subscribe now.

ପୁରୀ ସମୁଦ୍ର କୂଳ ହେଉ କି ବିଦେଶର ଚକା ଚକ୍ ମାହୋଲ। ସବୁଠି ଦେଶୀ ତଡକା’ର କମାଲ। ଓଡିଶା ବା ବିଦେଶ ରେ ଜାଣୁଥିବା ଶବ୍ଦ ଜଗନ୍ନାଥ ଧାମର ଖାଦ୍ୟ ସବୁଠି ଚର୍ଚ୍ଚିତ।

ଓଡ଼ିଶାର ଖାଇବାର ସ୍ୱାଦ ଯେମିତି ସମସ୍ତଙ୍କର ମନ ମୋହିଥାଏ।  ସେ ବୁଢା ହୁଅନ୍ତୁ କି ଯୁବପିଢ଼ି ବାହାର ଦେଶରେ ଓଡିଶା ଖାଇବାକୁ ନେଇଛି ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି। ସେହିଭଳି ଇଂଲଣ୍ଡ ରେ ଏବେ ଓଡ଼ିଶାର ଖାଇବାକୁ ନେଇ ଚର୍ଚ୍ଚା ।

ଏହି ସମୟରେ ଇଂଲଣ୍ଡ ରେ ବିଶ୍ୱକପ ପ୍ରତିଯୋଗିତା ଚାଲିଛି। ଯାହାକୁ ନେଇ ସବୁ ଷ୍ଟାଡିୟମ ରେ ଦର୍ଶକଙ୍କ ଖଚାଖଚ ଭିଡ । ଆଉ ଏହାରି ଭିତରେ ଇଂଲଣ୍ଡର ଓଭାଲରେ ଚାଲିଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚରେ ଦେଖିବାକୁ ମିଳିଥିଲା ଓଡ଼ିଶାର ଦେଶୀ ତଡକା ବିଦେଶୀଙ୍କ ହାତରେ। ହଁ ଆମେ କହୁଛୁ ଓଡ଼ିଶାର ସ୍ନାକସ ଆଇଟମ “ଝାଲ ମୁଢ଼ି” ର କଥା।

ଓଭାଲ ରେ ଜଣେ ବିଦେଶୀ ପୁରା ଦେଶୀ ତଡକା’ର ବିକ୍ରି କରୁଥିଲେ “ଝାଲ ମୁଢ଼ି” । ଏହି ବିଦେଶୀ  ଝାଲ ମୁଢ଼ି ବ୍ୟବସାୟୀଙ୍କ ପାଖରେ ରଖାଯାଇଥିବା ଖାଇବା ସାମଗ୍ରୀ ପୁରା ସୂଚାଇ ଦଉଛି ଝାଲ ମୁଢ଼ିର ସ୍ୱାଦ। ପିଆଜ, କଞ୍ଚା ଲଙ୍କା, ଟମାଟୋ, କାକୁଡି, ମିକ୍ସଚର, ଲଙ୍କା ଗୁଣ୍ଡ, ତେନ୍ତୁଳି ପାଣି ପରି ଦେଶୀ ସାମଗ୍ରୀକୁ ସଜାଡି ରଖିଛନ୍ତି ।

ତାଙ୍କର ବନେଇବା ଶୈଳୀ ବି ପୁରା ଦେଶୀ ମାର୍କା। ଯାହା ପାଇଁ ତାଙ୍କ ପାଖରେ ଭାରତୀୟ ଙ୍କର ଭିଡ ଜମିଛି। ଭାରତ ମ୍ୟାଚ ସାଙ୍ଗକୁ ଭାରତ ଦେଶୀ ଖାଇବା ଦର୍ଶକଙ୍କ ମନରେ ଆନନ୍ଦ ଆଣି ଦେଇଥିଲା

Get real time updates directly on you device, subscribe now.

Comments
Loading...