News World Odisha
Current News Updates

ତମ୍ମନାଙ୍କ ଖୁସି ଏବେ କହିଲେ ନ ସରେ…

0 24

Get real time updates directly on you device, subscribe now.

ତମ୍ମନା ଏବେ ବହୁତ ଖୁସି । ଏଥର ତାଙ୍କୁ ମିଳିଛି ତାଙ୍କ ମନ ପସନ୍ଦର ଚରିତ୍ର । ରଜ ଉପଲକ୍ଷେ ରିଲିଜ ହେବାକୁ ଥିବା ଫିଲ୍ମ ପାଇଁ ଏବେ ସେ ଭାରି ଖୁସି । ଅଭିନେତା ଅନୁଭବଙ୍କ ପରେ ସେ ଏବେ ନୂଆ କରି ବାବୁଶାନଙ୍କ ସହ କାମ କରିଛନ୍ତି । ଅନୁଭବଙ୍କ ସହ ‘ପ୍ରେମ କୁମାର’ ପରେ ଏବେ ଦର୍ଶକ ତାଙ୍କୁ ବାବୁଶାନଙ୍କ ସହ ଦେଖିବେ, ଏଥିପାଇଁ ବଢିଛି ଏକ୍ସାଇଟମେଣ୍ଟ।

‘ପ୍ରେମ କୁମାର’ରେ ଦୁଇଜଣ ନାୟିକା ଥିବା ବେଳେ ସେ ଅଭିନୟ ପ୍ରଦର୍ଶନ କରିବାରେ ହୁଏତ ଟିକେ କମ ପଡ଼ିଯାଇଥିଲେ ।

କିନ୍ତୁ ଏଥର ତାହା ରିପିଟ ହେବ ନାହିଁ କାରଣ ଏଥର ବାବୁଶାନ ବିପକ୍ଷରେ କେବଳ ତମ୍ମନା ହିଁ ଅଛନ୍ତି । ଏହା ତାଙ୍କ ଖୁସିକୁ କରିଛି ଦ୍ୱିଗୁଣିତ । ତେବେ ଫିଲ୍ମର ଟ୍ରେଲର ପରେ ଏହାର ଗୀତ ମଧ୍ୟ ରିଲିଜ ହୋଇସାରିଛି ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ ।

ଫିଲ୍ମର ଗୀତ ରାମୋଜି ଫିଲ୍ମ ସିଟିରେ ସୁଟିଂ କରାଯାଇଛି । ଫିଲ୍ମରେ ପ୍ରେମ କାହାଣୀ ସହ ରହିଛି  କମେଡ଼ିର ତଡ଼କା ତେଣୁ ଫିଲ୍ମ ରଜ ବଜାରରେ ଧମାଲ କରିବ ବୋଲି ନିର୍ମାତା ଆଶାବାଦୀ । ଫିଲ୍ମଟି ତରଙ୍ଗ ସିନେ ପ୍ରଡକ୍ସନରେ ତିଆରି କରାଯାଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି ।

Get real time updates directly on you device, subscribe now.

Comments
Loading...