News World Odisha
Current News Updates

ତାଜମହଲରେ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି କି ? ଦେବାକୁ ହେବ ଅଧିକ ଦେୟ…..

0 53

Get real time updates directly on you device, subscribe now.

ଏଣିକି ତାଜମହଲରେ ୩ ଘଣ୍ଟାରୁ ଅଧିକ ସମୟ ବିତାଇଲେ ପର୍ଯ୍ୟଟକଙ୍କୁ ଦେବାକୁ ପଡିବ ଅଧିକ ଦେୟ । ଅନାଧିକ ଓ ଅନାବଶ୍ୟକ ପ୍ରବେଶକୁ ରୋକିବା ପାଇଁ ଏପରି ନିୟମ ଲାଗୁ କରାଯାଇଛି । ଏଥିପାଇଁ ପ୍ରତିଷ୍ଠିତ ସ୍ମାରକରେ ଖୋଲାଯାଇଛି ଟର୍ଣ୍ଣ ଷ୍ଟାଇଲ ଗେଟ୍ । ତାଜମହଲ ଭିତରେ ପ୍ରବେଶ କରିବାକୁ ପର୍ଯ୍ୟଟକଙ୍କୁ ଦିଆଯିବ ମ୍ୟାଗ୍ନେଟିକ କଏନ । ଏହି କଏନ ଦ୍ୱାରା ପର୍ଯ୍ୟଟକ ତାଜମହଲରେ ପ୍ରବେଶ କରି ୩ ଘଣ୍ଟା ପର୍ଯ୍ୟନ୍ତ ରହିପାରିବେ । ୩ ଘଣ୍ଟାରୁ ଅଧିକ ସମୟ ରହିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କୁ କଏନ୍ ରେ ରିଚାର୍ଜ କରିବାକୁ ପଡିବ ।

ସୁରକ୍ଷା ଦୃଷ୍ଟିରୁ ଏହି ଟର୍ଣ୍ଣ ଷ୍ଟାଇଲ ଗେଟ୍ ର ଟ୍ରାଏଲ କରାଯାଇ ସୋମବାରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ଏହି ଟର୍ଣ୍ଣ ଷ୍ଟାଇଲ ଗେଟ୍ ରେ ତାଜମହଲର ପୂର୍ବରେ ୧୨ଟି ଏବଂ ପଶ୍ଚିମରେ ୧୨ଟି ଗେଟ୍ ରହିଛି । ଏହି ୧୨ଟି ଗେଟ ମଧ୍ୟରୁ ୭ଟି ଗେଟରେ ପ୍ରବେଶ ଏବଂ ୫ଟି ଗେଟରେ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି ।

ଏହାସହ ତାଜମହଲରେ ପ୍ରବେଶ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ପର୍ଯ୍ୟଟକଙ୍କୁ ଦିଆଯିବ ନିର୍ଦ୍ଦିଷ୍ଟ କଲର୍ ର ଟୁକନ । ଟିକେଟ ସହ ପର୍ଯ୍ୟଟକ ମାନଙ୍କୁ ବ୍ଲୁ ,ୟେଲୋ ,ଗ୍ରେ କଲରର ଟୁକନ ଦିଆଯିବ,ଯାହାଦ୍ୱାରା ସେମାନେ ତାଜମହଲରେ ପ୍ରବେଶ କରିପାରିବେ ।

Get real time updates directly on you device, subscribe now.

Comments
Loading...