News World Odisha
Current News Updates

ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଆଜି HSTDର ପରୀକ୍ଷଣ…

0 197

Get real time updates directly on you device, subscribe now.

ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଧାମରାର ୪ ନମ୍ବର ଲଞ୍ଚ ପ୍ୟାଡରୁ ଆଜି ହାଇପରସୋନିକ ଟେକନୋଲଜି ଡେମନଷ୍ଟ୍ରେଟିଭ ଭେହିକଲ-HSTDର ପରୀକ୍ଷଣ ହେବ । ଏହି ପରୀକ୍ଷା ପାଇଁ DRDO ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ୨୦୦୪ ମସିହାରେ ପ୍ରସ୍ତୁତ କରାଯାଇଥିବା HSTD VEHICLE କୁ ପରୀକ୍ଷାଗାର ମଧ୍ୟରେ ୨୦୧୭ ମସିହାରେ ୨ ଥର ସଫଳତାର ସହିତ ପରୀକ୍ଷଣ କରାଯାଇଛି । ଭାରତ ପ୍ରଥମ ଥର ପାଇଁ HSTD ର ଉଡ଼ାଣ ପରୀକ୍ଷା କରୁଥିବାରୁ DRDO ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି VEHICLE ୨୦ ସେକେଣ୍ଡ ମଧ୍ୟରେ ବାୟୁମଣ୍ଡଳରେ ୩୨.୫ କିମି ଉଚ୍ଚତାରେ ପହଞ୍ଚି ଘଣ୍ଟା ପ୍ରତି ୭ ହଜାର ୯୬୨ କିମି ବେଗରେ ଗତି କରିପାରିବାର କ୍ଷମତା ରଖିଛି । ଏହାର ଲମ୍ବ ୫.୬ ମିଟର ଥିବାବେଳେ ଏଥିରେ ହାଇଡ୍ରୋଜେନ ଓ କିରୋସିନିକୁ ଇନ୍ଧନ ଭାବେ ବ୍ୟବହାର କରାଯାଇଛି । ବିଶେଷକରି ଏହି HSTD VEHICLE ରେ SCR AMJET ଇଞ୍ଜିନ ବ୍ୟବହାର କରାଯାଇ ଥିବାରୁ ବେଗକୁ ହାଇପର ସୋନିକ୍‌ ପର୍ଯ୍ୟନ୍ତ ପହଞ୍ଚାଯାଇ ପାରିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଭବିଷ୍ୟତରେ ଏହି HSTD କୁ କମ ଖର୍ଚ୍ଚରେ ଭାରତ ମହାକାଶକୁ ସ୍ୟାଟେଲାଇଟ୍‌ ପଠାଇବା ଓ HYPERSONIC କ୍ଷେପଣାସ୍ତ୍ର ବ୍ୟବହାର କରିବାର ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.

Comments
Loading...