News World Odisha
Current News Updates

ଚିପ୍ସ ପ୍ୟାକେଟ ନେଲା ଶିଶୁର ଜୀବନ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

0 1,994

Get real time updates directly on you device, subscribe now.

ଏଭଳି ଏକ ଘଟଣା ଘଟିଛି ମୁମ୍ବାଇର କାନ୍ଦିବଲି ଅଞ୍ଚଳରେ । ଜଣେ ୪ବର୍ଷର ଶିଶୁ ନିଜର ମା – ବାପାଙ୍କ ସହିତ ଏକ ମେଳାକୁ ଯାଇଥିଲା ଓ ସେଠାରେ ଶିଶୁଟିର ମୁତ୍ୟୁ ହୋଇଯାଉଛି । ପିଲାର ମାତା ପିତା ହଠାତ କିଛି ବୁଝିପାରିନଥିଲେ କି କଣ ହେଲା । ତେବେ ପ୍ରଶ୍ନ ଉଠୁଛି କି ଏମିତି କଣ ହେଲା ଯାହା ଫଳରେ ସେହି ଶିଶୁଟିର ଜୀବନ ଚାଲିଗଲା ।

ପିୟୂଷ ଖୁଶ୍ୱାହା ନାମକ ଏହି ଶିଶୁ ନିଜର ମାତା – ପିତା ସହ ଏକ ମେଳାକୁ ଯାଇଥିଲା । ମେଳାରୁ ଫେରିବା ସମୟରେ ସେ ନିଜର ମାତା ପିତାକୁ ଚିପ୍ସର ପ୍ୟାକେଟ କିଣି ଦେବା ପାଇଁ ଜିଦି କରିଥିଲେ, ପିଲାର ଜିଦି ଦେଖି ପିତା ତାକୁ ଏକ ଚିପ୍ସର ପ୍ୟାକେଟ ଦେଇଦେଲେ ।

ସେହି ଚିପ୍ସ ପ୍ୟାକେଟ ଭିତରେ ଗୋଟିଏ ପ୍ଲାଷ୍ଟିକ ଖେଳଣା ବି ଥିଲା, ଯାହାକୁ ୪ ବର୍ଷର ପିୟୂଷ ଖାଇବା ଜିନିଷ ଭାବି ଚିପ୍ସ ସହିତ ତାକୁ ବି ଖାଇ ଦେଲା । କିନ୍ତୁ ଭାଗ୍ୟର ବିଡମ୍ବନା ଦେଖନ୍ତୁ କି ସେହି ପ୍ଲାଷ୍ଟିକ ଖେଳଣା ହିଁ ତାହାର ମୁତ୍ୟୁର କାରଣ ହୋଇଗଲା

ଶିଶୁଟି ଯେତେବେଳେ ଚିପ୍ସ ସହିତ ପ୍ଲାଷ୍ଟିକର ଖେଳଣାକୁ ଖାଇଦେଲା ତାକୁ ନିଶ୍ଵାସ ନେବାରେ ଅସୁବିଧା ହେଲା । ଶିଶୁର ଅବସ୍ଥା ଖରାପ ହେଉଥିବାର ଦେଖି ପିତା ମାତା ତାକୁ ପାଖରେ ଥିବା ହସ୍ପିଟାଲକୁ ନେଇଗଲେ । କିନ୍ତୁ ରାସ୍ତା ଏତେ ଭିଡ ଥିଲା କି ପିୟୂଷକୁ ହସ୍ପିଟାଲ ନେଇ ଯିବା ପୂର୍ବରୁ ହିଁ ତାହାର ଜୀବନ ଚାଲିଗଲା ।

ଡାକ୍ତରମାନଙ୍କର କହିବା ଅଟେ କି ପିୟୂଷ ଗଳାରେ ପ୍ଲାଷ୍ଟିକର ଏହି ଖେଳଣାଟି ଫସି ଯାଇଥିଲା । ଯାହାକି ତାହାର ଶ୍ଵାସ ନଳୀକୁ ବନ୍ଦ କରି ଦେଇଥିଲା । ଏହି କାରଣରୁ ତାକୁ ନିଶ୍ଵାସ ନେବାରେ ଅସୁବିଧା ହେଲା ଓ ତାହାର ଜୀବନ ଚାଲି ଗଲା ।

Get real time updates directly on you device, subscribe now.

Comments
Loading...