News World Odisha
Current News Updates

ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ ବାୟୁ’ : ୧୦ ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା…

0 2,802

Get real time updates directly on you device, subscribe now.

ଭୟଙ୍କର ହେବାରେ ଲାଗିଛି ସାମୁଦ୍ରିକ ଝଡ ‘ବାୟୁ’। ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ଝଡ ଗୁଜୁରାଟ ମୁହାଁ ହୋଇଛି। ଆସନ୍ତାକାଲି ସକାଳେ ଏହା ଗୁଜୁରାଟ ଉପକୂଳର ଭେରାଭଲ୍‌ ନିକଟରେ ଲ୍ୟାଣ୍ଡ ଫଲ୍‌ ହେବାର ସମ୍ଭାବନା ରହିଛି। ଭେରାଭଲଠାରୁ ଏହା ଏବେ ୩୪୦ କିଲୋମିଟର ଦୂରରେ ରହିଛି।

ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ୧୪୫ ରୁ ୧୫୫ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି। କିଛି ସମୟରେ ଏହା ୧୭୦ କିମି ବେଗକୁ ଯାଇପାରେ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ଗୁଜରାଟରେ ହାଇ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ଓ ୧୪ ତାରିଖ ପାଇଁ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି।

ଆଜି ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଓ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ଅଧ୍ୟକ୍ଷତାରେ ଅହମ୍ମଦାବାଦରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ତଳି ଅଞ୍ଚଳରେ ଥିବା ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି। ସମୂଦ୍ର ତଟବର୍ତ୍ତୀ କିଛି ସ୍ଥନାରେ ବୋଲଡର ପ୍ୟାକିଂ ଚାଲିଛି। ବାତ୍ୟା ମୁକାବିଲା ପାଇଁ ଓଡ଼ିଶାର ପରାମର୍ଶ ଲୋଡ଼ିଛନ୍ତି ଗୁଜୁରାଟ ସରକାର। ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ସହ କଥା ହୋଇଛନ୍ତି ଗୁଜରାଟର ମୁଖ୍ୟ ଶାସନ ସଚିବ।

ବାତ୍ୟା ଫୋନି ସମୟରେ ଓଡ଼ିଶା ସରକାର କିଭଳି ମୁକାବିଲା କରିଥିଲେ ସେ ସଂପର୍କରେ ଉଭୟ ରାଜ୍ୟର ସଚିବଙ୍କ ମଧ୍ୟରେ ଆଲୋଚନା ହୋଇଛି। ସବୁ ପ୍ରକାର ସହାୟତା ଦେବାକୁ କହିଛନ୍ତି ଓଡ଼ିଶା ମୁଖ୍ୟ ଶାସନ ସଚିବ । ଏନଡିଆରଏଫର ୪୪ଟି ଟିମ୍‌ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ସଜାଗ ହୋଇ ରହିଛନ୍ତି।

Get real time updates directly on you device, subscribe now.

Comments
Loading...