News World Odisha
Current News Updates

ଆଜି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ

0 95

Get real time updates directly on you device, subscribe now.

ଆଜି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ବିଶ୍ୱ ଶ୍ରମ ସଂଗଠନ, ILO ପକ୍ଷରୁ ୨୦୦୨ ମସିହାରୁ ଏହି ଦିନକୁ ଶିଶୁ ଶ୍ରମିକ ନିରୋଧ ଦିବସ ଭାବରେ ପାଳନ କରାଯାଉଛି। ସମାଜରୁ ଶିଶୁ ଶ୍ରମିକ ଉଚ୍ଛେଦ କରିବା ପାଇଁ ଗତ ୧୭ ବର୍ଷ ହେଲା ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏହାକୁ ପାଳନ କରାଯାଉଛି। ବିଶେଷକରି ସମାଜକୁ ସଚେତନ କରାଇବା ଉଦ୍ଦେଶ୍ୟରେ ପିକକ ସଂସ୍ଥା ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ରାମମନ୍ଦିର ଛକରୁ ଶୋଭାଯାତ୍ରା ବାହାରି ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଶତାଧିକ ଛାତ୍ରଛାତ୍ରୀଙ୍କ ସହ ନିର୍ମାଣ ଶ୍ରମିକ ସଂଘର ସଭାପତି ସୁବାସ ସିଂହ, ସଂସ୍ଥାର ଆବାହକ ରଂଜନ ମହାନ୍ତି, ଅଭିନେତ୍ରୀ ଭୂମିକା ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Comments
Loading...