News World Odisha
Current News Updates

ଉଚ୍ଚଶିକ୍ଷା କ୍ଷେତ୍ରରେ ଆସିବ ସଂସ୍କାର : ସବୁ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଏକକ ସିଲାବସ୍‌

0 47

Get real time updates directly on you device, subscribe now.

ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଆସିବ ସଂସ୍କାର । ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଅଣ୍ଟା ଭିଡ଼ିଲା ବିଭାଗ । ସବୁ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକାରୀ ହେବ ଏକକ ସିଲାବସ୍‌ । ଆଜି ଏନେଇ କୂଳପତି ସମ୍ମିଳନୀରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମରେ ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଏକକ ସିଲାବସ୍‌ । ଏଥିସହ ଖୁବ୍‌ ଶୀଘ୍ର ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ନେଇ କୂଳପତିମାନଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତି ନିମ୍ନମାନକୁ ଚାଲିଯାଇ ଥିବାରୁ ଜାତୀୟ ସ୍ତରରେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ପ୍ରଦର୍ଶନ ଭଲ ରହୁନାହିଁ । ଯେଉଁଥିରେ ସୁଧାର ଆଣିବାକୁ ଅଣ୍ଟା ଭିଡ଼ିଛି ବିଭାଗ । ସିଭିଲ ସର୍ଭିସ ପରୀକ୍ଷା ପାଇଁ ମେଧାବୀ ଶହେ ଛାତ୍ରଛାତ୍ରୀଙ୍କୁ ରାଜ୍ୟରେ ମାଗଣା କୋଚିଂର ବ୍ୟବସ୍ଥା କରାଇବେ ସରକାର । ସରକାରଙ୍କ ଏଭଳି ନିଷ୍ପତିକୁ ବିଶ୍ୱବିଦ୍ୟାଳୟର କୁଳପତିମାନେ  ସ୍ୱାଗତ କରିବା ସହ ଅଧ୍ୟାପକ ଅଭାବ ବିଶ୍ୱବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ବାଧକ ସାଜୁଥିବା କହିଛନ୍ତି । ସେହିପରି ଫୋନି କ୍ଷତିଗ୍ରସ୍ତ ବିଶ୍ୱବିଦ୍ୟାଳୟର ପୁନରୁଦ୍ଧାର କାମ ଖୁବଶୀଘ୍ର କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Comments
Loading...