News World Odisha
Current News Updates

ବନସ୍ତେ ଡାକିଲା ଗଜ… ବରଷକେ ଥରେ ଆସିଛି ରଜ..

0 166

Get real time updates directly on you device, subscribe now.

ବର୍ଷକରେ ଥରେ ଆସିଛି ରଜ । ଆଉ ରଜ ପାଇଁ ଶେଷ ହୋଇଛି ପ୍ରସ୍ତୁତି । ସବୁ ରାଗ-ଋଷା, ମାନ-ଅଭିମାନ ଭୁଲି ପରଷ୍ପରଙ୍କୁ କୋଳେଇ  ନେଇଛନ୍ତି ସମସ୍ତେ । କୁମାରୀ ଝିଅଠୁ ଆରମ୍ଭ କରି ବିବାହିତା ମହିଳା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉତ୍ସାହର ଦିନଟିଏ । ମେହେନ୍ଦୀ, କୁଙ୍କୁମ, ଅଳତାରେ ସଜେଇ ହେଉଛନ୍ତି ସମସ୍ତେ । ଅନ୍ୟପଟେ ଚାଲିଛି ଲୁଡୁ, ତାସ, କବାଡ଼ି ଓ ପୁଚି ଖେଳ । ଅଧିକ ଭିଡ଼ ଜମୁଛି ଦୋଳି ପାଖରେ ।…ପହିଲି ରଜ ପାଇଁ ଗାଁ ଉତ୍ସବ ମୁଖର  । ଖାଲି ସେତିକିରେ ସିମିତ ନାହିଁ ରଜ ପର୍ବ  ।  ରଜରେ ରଜପାନ ଓ ପୋଡ଼ ପିଠାର ମଜା ମଧ୍ୟ କିଛି ନିଆଁରା । କୁମାରୀମାନେ ପାନ ଭାଙ୍ଗି ପରସ୍ପରକୁ ଖୁଆଇ ରଜ ଶୁଭେଚ୍ଛା ଜଣାଇଥାନ୍ତି ।

Get real time updates directly on you device, subscribe now.

Comments
Loading...