News World Odisha
Current News Updates

ପହିଲି ରଜରେ ଓଲିଉଡର ପହିଲି ଭେଟି

0 21

Get real time updates directly on you device, subscribe now.

ଗଣପର୍ବ ରଜରେ ରିଲିଜ ହୋଇଯାଇଛି ଓଡ଼ିଆ ଫିଲ୍ମ  । ଆଜି ମଇଦାନକୁ ଓହ୍ଲାଇଛି ୩ଟି ଫିଲ୍ମ । ଗୋଟେ ପଟେ ବାବୁଶାନ ଲଭକୁ କରିଛନ୍ତି ଗୋଳମାଳିଆ ତ ଅନ୍ୟପଟେ ଚିରକୁଟ ଉଠାଇ ବାଜିମାରିବାକୁ ଆଗେଇ ଆସିଛନ୍ତି ଅଭିନେତା ପପୁ ପମପମଙ୍କ ନିର୍ଦ୍ଦେଶିତ ଫିଲ୍ମ ଚିରକୁଟ। ଆଉ ବହୁପ୍ରତିକ୍ଷିତ ଫିଲ୍ମ ତୁ ମୋ ଲଭ ଷ୍ଟୋରୀର ସିକ୍ୟୁଏଲ ପାର୍ଟ ତୁ ମୋ ଲଭ ଷ୍ଟୋରୀ 2 ମଧ୍ୟ ରିଲିଜ ହୋଇଯାଇଛି  ।  ଗୋଟିଏ ପରେ ଗୋଟିଏ ଧମାଲ ଦେଖିବାକୁ ଜମିଛି ଦର୍ଶକଙ୍କ ଭିଡ଼ ।

 ଆଜି କଟକ ସ୍ଥିତ ଜୟଶ୍ରୀ ହଲରେ ତରଙ୍ଗ ସିନେପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘ଗୋଲମାଲ ଲଭ’ର ଗ୍ରାଣ୍ଡ ପ୍ରିମିୟର ଅନୁଷ୍ଠିତ ହୋଇଯାଇଛି ଏଥିରେ ଯୋଗଦେଇଛନ୍ତି ବାବୁଶାନ ଓ ତମନ୍ନାଙ୍କ ସହ ନିର୍ମାତା ଟିମ । ସେହିପରି ଫିଲ୍ମ ‘ଚିରକୁଟ’କୁ ନେଇ ଆଶାବାଦୀ ଅଛନ୍ତି ପୂରା ନିର୍ମାତା ଟିମ୍ । ତେବେ ଏଥର ରଜ ବଜାରକୁ ଗରମ କରୁଛି ଏହି ଫିଲ୍ମ ।

ଫିଲ୍ମ ‘ଗୋଲମାଲ ଲଭ’ରେ ବାବୁଶାନ ଏବଂ ତମ୍ମନାଙ୍କ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଠିକ୍ ସେହିପରି ଚିରକୁଟ ଫିଲ୍ମରେ ପପୁଙ୍କ ନିର୍ଦ୍ଦେଶନା ମଧ୍ୟ ଫିଲ୍ମକୁ ଏକ ନୂଆ ସ୍ୱାଦ ଦେଇଛି । ଏହାର ଗ୍ରାଣ୍ଡ ପ୍ରିମିୟର କଟକ ସମ୍ରାଟ ସିନେମା ହଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପପୁଙ୍କ ସହ ଯୋଗଦେଇ ଥିଲେ ଫିଲ୍ମର ମୁଖ୍ୟ କଳାକାର ନବାଗତ ଅରୋଜିତ ଓ ଅନନ୍ୟା ।

Get real time updates directly on you device, subscribe now.

Comments
Loading...