News World Odisha
Current News Updates

ପହିଲି ରଜରେ ପିଠା ବଦଳରେ ପଡ଼ିଲା ରକ୍ତର ଛିଟା: ମାଆ ଛେଉଣ୍ଡଙ୍କୁ ପିଟିପିଟି ହତ୍ୟା କଲା ବାପା….

0 534

Get real time updates directly on you device, subscribe now.

ସଇତାନ ସାଜିଲା ବାପା । ପହିଲି ରଜରେ ଖୁସିର ମାହୋଲକୁ କରିଲା ବିଷାଦ । କେନ୍ଦୁଝର ଜିଲ୍ଲା ଉଲିବସା ଗାଁରେ ବାପାର ବର୍ବରତା କାଣ୍ଡ । ନିଜର ତିନି ନାବାଳିକା ଝିଅଙ୍କୁ ହତ୍ୟାକରି ନିଜେ ଆତ୍ମହତ୍ୟା କରିଛି ସଇତାନ ବାପା ।

କଅଁଳ ଝିଅଙ୍କୁ ପିଟିପିଟି ହତ୍ୟା କରିଛି ବାପା ଦୁର୍ଗା ବିରୁଆ । କିଛି ବର୍ଷ ତଳେ ମାଆଙ୍କ ମୃତ୍ୟୁ ପରେ ତିନି ନାବାଳିକା ଝିଅ ହୋଇଗଲେ ମାଆ ଛେଉଣ୍ଡ । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିରୁଆଙ୍କ ମାନସିକ ଭାରସାମ୍ୟ ହରାଇ ଏହିଭଳି ଜର୍ଘନ୍ୟ ଅପରାଧ କରିଛନ୍ତି ।

ଏହି ଲୋମହର୍ଷଣକାରୀ କାଣ୍ଡ ଘଟାଇଥିବା ବାପା ବିରୁଆ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ଗାଁର ଦୁର୍ଗା ବିରୁଆଙ୍କ ଘରୁ ଠାବ ତିନି ଝିଅ,ବାପା ସମେତ ୪ ଜଣଙ୍କ ମୃତ ଦେହ ଠାବ ହୋଇଛି । ବିରୁଆ କେଉଁ ପରିସ୍ଥିତିରେ ତିନି ଝିଅଙ୍କ ହତ୍ୟା କଲେ ନିଜେ କାହିଁକି ଆତ୍ମହତ୍ୟା କଲେ ତାହା ଏର୍ଯ୍ୟନ୍ତ ଅସ୍ପଷ୍ଟ । ଗାଁ ଲୋକଙ୍କ କହିବାନୁଯାୟୀ ବିରୁଆ ଥିଲେ ବହୁତ ଗରିବ ତେଣୁ ଝିଅଙ୍କ ବୋଝ ପଡ଼ିଗଲା କି? ଏହିଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ଘଟଣାର ଟେର ଏପର୍ଯ୍ୟନ୍ତ କେହି ପାଇ ପାରୁ ନାହାନ୍ତି ।

Get real time updates directly on you device, subscribe now.

Comments
Loading...