News World Odisha
Current News Updates

ପଶ୍ଚିମବଙ୍ଗ ଡାକ୍ତରଙ୍କ ହାତରେ ପୋଷ୍ଟର: ଦିଦିଙ୍କୁ କାଳ ହେଲା ସଂଜ୍ଞାହୀନ ମନ୍ତବ୍ୟ…

0 276

Get real time updates directly on you device, subscribe now.

ଲୋକସଭା ନିର୍ବାଚନ ପରଠାରୁ ପଶ୍ଚିମବଙ୍ଗରେ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଆହୁରି ତୀବ୍ର ହେବାରେ ଲାଗିଛି । ଆଜି ତୃତୀୟ ଦିନରେ ସେମାନଙ୍କର ଆନ୍ଦୋଳ ପହଞ୍ଚିଛି । ଯାହାଫଳରେ ପଶ୍ଚିବମଙ୍ଗର ସରକାରୀ ଡାକ୍ତଖାନାରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ହସ୍ପିଟାଲକୁ ଆସୁଥିବା ରୋଗୀମାନେ ବିନା ଚିକିତ୍ସାରେ ଫେରି ଯାଉଛନ୍ତି। ଜୁନିୟର ଡ଼ାକ୍ତରଙ୍କ ଅଭିଯୋଗ ନଶୁଣି ତାଙ୍କ ଆନ୍ଦୋଳନକୁ ନିନ୍ଦା କରିବା ସହ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦେଶ ଦେଇଥିଲେ ।

ଯଦି ଏପରି ନକରନ୍ତି ତେବେ ଅନୁଷ୍ଠାନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମମତା ରୋକଠୋକ୍ କହିଥିଲେ । ଆନ୍ଦୋଳନକୁ ନେଇ ଆହୁରି ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଥିଲେ ମମତା, ଯଦି ଘଟଣାସ୍ଥଳରେ କାର୍ଯ୍ୟରତ ପୁଲିସଙ୍କ ମୃତ୍ୟୁ ହୋଇଯାଉଛି ତେବେ ସେମାନେ ବି ଆନ୍ଦୋଳନ କରୁନାହାନ୍ତି । ଡାକ୍ତରଙ୍କ ପ୍ରତି ମମତାଙ୍କ ଏହିଭଳି ଧମକ ପୂର୍ଣ୍ଣ କଥା ସାରା ଭାରତ ବର୍ଷରେ ଚହଳ ପକାଇଦେଇଛି । ସୂଚନାଥାଉକି, ମଙ୍ଗଳବାର ଦିନ ଏନଆରଏସ ମେଡ଼ିକାଲକୁ ଆସିଥିବା ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣାକୁ କେନ୍ଦ୍ରକରି ମୃତ ପରିବାର ଲୋକେ ଅସନ୍ତୋଷ ଜାହିର କରିବା ସହ ଜୁନିୟର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଘଟଣାରେ ପଶ୍ଚିମବଙ୍ଗର ସମସ୍ତ ଡାକ୍ତର ଧାରଣାରେ ବସିଥିଲେ । ମମତାଙ୍କ ପ୍ରତିକ୍ରିୟା ପରେ ଆନ୍ଦୋଳନ ତୀବ୍ର ହେବା ସହ ବିଭିନ୍ନ ରାଜ୍ୟରେ ଡାକ୍ତର କାର୍ଯ୍ୟ ବନ୍ଦ କରିଛନ୍ତି । ସରକାରୀ ଡାକ୍ତଖାନାରେ ଡାକ୍ତରମାନେ ନିଜ କାର୍ଯ୍ୟଛାଡ଼ି ମମତା କହିଥିବା କଥାକୁ ଘୋର୍ ନିନ୍ଦା କରିଛନ୍ତି ।

ଏହି ଘଟଣାରେ ଡାକ୍ତରମାନଙ୍କ ଏକ ପ୍ରତିନିଧି ଦଳ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଡାକ୍ତରଙ୍କୁ ମାଡ଼ ଘଟଣା ଓ ମମତାଙ୍କ ଏହିଭଳି ସଜ୍ଞାହୀନ ମନ୍ତବ୍ୟ ପାଇଁ ମହାରାଷ୍ଟ୍ର, ଦିଲ୍ଲୀ, ବିହାର ଓ ଓଡ଼ିଶା ଡାକ୍ତର ସଂଘ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ।

Get real time updates directly on you device, subscribe now.

Comments
Loading...