News World Odisha
Current News Updates

ଡାକ୍ତରଙ୍କ ଆନ୍ଦୋଳନରେ ସାମିଲ ହେଲେ ମମତାଙ୍କ ଭଣଜା

0 117

Get real time updates directly on you device, subscribe now.

ପଶ୍ଚିମବଙ୍ଗ ଜୁନିୟର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଧାରଣା ବସିଛନ୍ତି ହଜାର ହଜାର ଡାକ୍ତର । ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟର ସରକାରୀ ହସ୍ପିଟାଲରେ ଡାକ୍ତରମାନେ ନିଜ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଜୁନିୟର ଡାକ୍ତରଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଆବେଶ ବାନାର୍ଜୀ ସାମିଲ ହୋଇଛନ୍ତି ।

ଆବେଶ କେପିଏସ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ସେହି ହସ୍ପିଟାଲର ସଭାପତି ଓ ଆବେଶ ଗୋଟିଏ ପ୍ଲାକାର୍ଡ଼ ହାତରେ ଧରିଛନ୍ତି । ଯେଉଁଥିରେ ଲେଖା ଅଛି,’’  ତୁମେ କହୁଛ ଆମେ ଭଗବାନ ହେଲେ ଆମକୁ କୁକୁର ପ୍ରତି କାହିଁକି ବ୍ୟବହାର କରୁଛ’’  । ହାତରେ ଥିବା ପ୍ଲାକାର୍ଡ ଅବେଶ ନିଜ ଟ୍ବିଟର ଓ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ଏଥିସହ ପଶ୍ଚିମବଙ୍ଗ ମନ୍ତ୍ରୀ ଫିରହାଦ ହାକିମଙ୍କ ଝିଅ ଡାକ୍ତର ଶବା ହାକିମ କହିଛନ୍ତି, ଡାକ୍ତରଙ୍କ ପ୍ରତି ଯେଉଁଭଳି ବ୍ୟବହାର କରାଯାଉଛି ତାହା ଶୋଭନୀୟ ନୁହେଁ । ତେଣୁ ଡାକ୍ତରଙ୍କ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେବା ଉଚିତ ବୋଲି ଶବା ହାକିମ କହିଛନ୍ତି । ଶବା ଆହୁରି ମଧ୍ୟ କହିଛନ୍ତି ମୁଁ ଜଣେ ଟିଏମସି ସମର୍ଥକ ତଥାପି ଟିଏମସି ନେତାଙ୍କ ପାଇଁ ମୋତେ ଲଜ୍ଜା ଲାଗୁଛି । ଘଟଣାକୁ ଏତେ ଦିନ ବିତିଗଲେ ବି ସରକାର କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏହିଭଳି କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଶବା ହାକିମ

Get real time updates directly on you device, subscribe now.

Comments
Loading...