News World Odisha
Current News Updates

ଇମ୍ରାନଙ୍କୁ ଆଡ଼ ଆଖିରେ ଚାହିଁଲେନି ମୋଦି

0 48

Get real time updates directly on you device, subscribe now.

ନୂଆଦିଲ୍ଲୀ/ ବିସକେକ୍: ପାକିସ୍ତାନ ପ୍ରତି ନିଜର କଠୋର ଆଭିମୁଖ୍ୟ ବଜାୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିସକେକ୍ ରେ ଆୟୋଜିତ ଏସସିଓର ୧୯ତମ ସମ୍ମିଳନୀର ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସାମ୍ନାସାମ୍ନି ହୋଇଥିଲେ ମଧ୍ୟ ପରସ୍ପର ହାତ ମିଳାଇନଥିଲେ କି କଥା ମଧ୍ୟ ହୋଇନଥିଲେ ।

ସୂଚନାନୁସାରେ, ଏସସିଓ ସମ୍ମିଳନୀରେ ଅନ୍ୟ ଦେଶର ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଗତ କରିବା ପାଇଁ ନିଜ ସିଟ୍ ରୁ ଉଠି ହାତ ମିଳାଇଥିଲେ କିନ୍ତୁ ପାକ୍ ପ୍ରଧାନମନ୍ତ୍ରୀ ଇମରାନଙ୍କୁ ଚାହିଁ ନଥିଲେ କି ହାତ ମିଳାଇ ନଥିଲେ । ନିଜର ଏପରି ବ୍ୟବହାରରେ ମୋଦି ଜଣାଇ ଦେଇଥିଲେ ଯେ ପାକିସ୍ତାନର ଭୁଲ୍ ପାଇଁ ଏପର୍ଯ୍ୟନ୍ତ ବି ପାକିସ୍ତାନକୁ କ୍ଷମା କରିପାରିନାହାନ୍ତି । ଆତଙ୍କବାଦ ବିରୋଧରେ କଡ଼ା ପଦକ୍ଷେପ ନିଆ ନଯିବା ଯାଏ ହୁଏତ ଭାରତର ବ୍ୟବହାର ପାକିସ୍ତାନ ପ୍ରତି ଏପରି ହିଁ ରହିବ ବୋଲି ମୋଦି ଚେତାଇଦେଇଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷକ ବାର୍ତ୍ତା ସମୟରେ ମୋଦି ଆତଙ୍କବାଦ ବିଷୟରେ ମଧ୍ୟ ଉଠାଇଥିଲେ । ରାଷ୍ଟ୍ରପତି ସି ଜିନପିଙ୍ଗ୍ ଙ୍କୁ ମୋଦି କହିଥିଲେ ଯେ,“ପାକିସ୍ତାନ ଆତଙ୍କମୁକ୍ତ ବାତାବରଣ ସୃଷ୍ଟି କରିବା ଆବଶ୍ୟକ,କିନ୍ତୁ ବର୍ତ୍ତମାନ ସମୟରେ ସେପରି କିଛି ଦେଖିବାକୁ ମିଳୁନାହିଁ । ପାକ୍ ସହ ଭଲ ସମ୍ବନ୍ଧ ରଖିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ଫାଇଦା ମିଳିଲା ନାହିଁ ।” ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ଶପଥ ନେବା ବେଳେ ଇମ୍ରାନଙ୍କୁ ଡାକି ନ ଥିଲେ । ଏହା ବିଶ୍ବବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା

Get real time updates directly on you device, subscribe now.

Comments
Loading...