News World Odisha
Current News Updates

କାହିଁକି ପାଳନ କରାଯାଏ ରଜ…? ଜାଣନ୍ତୁ ରଜରେ ଝିଅମାନଙ୍କୁ କେଉଁଥିରେ ଥାଏ ବାରଣ..

0 494

Get real time updates directly on you device, subscribe now.

ସ୍ନେହ ଶ୍ରଦ୍ଧା ଭାଇଚାରା ମଉଜ ମଜଲିସର ଓଡ଼ିଆ ଗଣପର୍ବ ରଜ । ରଜ ପର୍ବ ଓଡ଼ିଶାର ଏକ ବିଶେଷ ପର୍ବ ଯାହାକୁ ପିଲାରୁ ବୃଦ୍ଧ ଯାଏଁ ସମସ୍ତେ ପାଳନ କରିଥାନ୍ତି  । ଯେଉଁଠି ନାରୀଙ୍କୁ ଅସମ୍ମାନ ଓ ନିନ୍ଦା ମିଳିଥାଏ ସେଇଠି ଓଡ଼ିଶାର ଏହି ପର୍ବ ନାରୀଙ୍କ ସମ୍ମାନର ଏକ ପ୍ରତୀକ କହିଲେ ଅତିଉକ୍ତି ହେବ ନାହିଁ  । ଏହି ପର୍ବରେ ଝିଅମାନଙ୍କର ଏକ ନିଆଁରା ପର୍ବ  । କାରଣ ଏହି ପର୍ବରେ ପରିବାର ଲୋକ ଝିଅର ଖୁସିକୁ ବେଶି ପ୍ରାଧାନ୍ୟ ଦେଇଥାନ୍ତି ଏବଂ କୌଣସି ବି ଘରୋଇ କାମ ଯେମିତି କି ପରିବା କଟିବା, ବାଟିବା, ଫୁଲ ତୋଳିବା ଠାକୁରଙ୍କୁ ପୂଜିବା ପରି କାମ କରିବାକୁ ବାରଣ କରିଥାନ୍ତି  । ଆସନ୍ତୁ ଜାଣିବା ଏହାର କ’ଣ ରହିଛି ମାହାତ୍ମ୍ୟ…କାହିଁକି ୪ଦିନ ଧରି ପାଳନ କରା ଯାଏ ରଜ…?

ଧରିତ୍ରୀ ମା’ ରଜସ୍ବଳା ହେଉଥିବାରୁ ୪ ଦିନ ଧରି ପାଳନ ହୋଇଥାଏ ରଜ ପର୍ବ । ପ୍ରଥମ ୩ଦିନରେ ଝିଅମାନେ ଖାଲି ପାଦରେ ଭୂମିରେ ଚାଲିବାକୁ ବାରଣ କରାଯାଇଥାଏ  । ରଜ ତିନିଦିନ ପର୍ଯ୍ୟନ୍ତ ଝିଅମାନଙ୍କୁ ଗଧୋଇବା ମଧ୍ୟ ମନା ଥାଏ କୁହାଯାଏ ଯଦି ଝିଅମାନଙ୍କ ଦେହରେ ପାଣି ପଡ଼େ ତେବେ ଧରିତ୍ରୀ ମା’ଙ୍କ ଉପରେ ମଧ୍ୟ ପାଣି ପଡ଼ିଥାଏ । ତେଣୁ ୪ର୍ଥ ଦିନରେ ଧରିତ୍ରୀ ମା’ର ଗାଧୁଆ ପୂଜା ହେବାପରେ ଝିଅମାନେ ଗଧୋଇବାର ପରମ୍ପରା ରହିଥାଏ । ଏହି ୩ଦିନରେ କୁମାରୀ ଝିଅମାନଙ୍କୁ କୌଣସି ପ୍ରକାର କାମ କରିବାକୁ ଦିଆଯାଇ ନଥାଏ  ।

ତେବେ ଏହି ୪ଦିନ ରଜର ନାଁ ମଧ୍ୟ ରହିଛି ଭିନ୍ନ ଭିନ୍ନ ପହିଲି ରଜ, ରଜ ସଂକ୍ରାନ୍ତି, ଶେଷ ରଜ ଓ ବସୁମତୀ ସ୍ନ।ନ ସହ ସରିଥାଏ ରଜ ପର୍ବ । ଏହି ଚାରିଦିନ ଯାଏ କୃଷି କାର୍ଯ୍ୟ ବନ୍ଦ ରହିଥାଏ । ସରିନଥାଏ ଶିକ୍ଷାନୁଷ୍ଠାନର ଗ୍ରୀଷ୍ମ ଅବକାଶ । ତେଣୁ ଜମିଥାଏ ରଜ ପାଳନ । ପିଠାପଣା ସାଙ୍ଗକୁ ଦୋଳି ଖେଳ ଓ ପାନ ହୋଇଥାଏ ମୁଖ୍ୟ ଆକର୍ଷଣ । ରଜ ଚାରି ଦିନ ଧରି ପାଳିତ ହୋଇଥାଏ । କୃଷି କାମ ସଂପୂର୍ଣ୍ଣ ବନ୍ଦ ରହିଥାଏ । ଏହି ଅବସରର ପୂରା ଫାଇଦା ଉଠାଇଥାନ୍ତି ଗାଁଗହଳି ଲୋକେ ।

Get real time updates directly on you device, subscribe now.

Comments
Loading...