News World Odisha
Current News Updates

ଋଣ ନେବା ହେଲା କାଳ,ଖୁଣ୍ଟରେ ବନ୍ଧା ହେଲେ ମହିଳା

0 43

Get real time updates directly on you device, subscribe now.

ଋଣ ସୁଝି ନ ପାରିବାରୁ ବିଦ୍ୟୁତ ଖୁଣ୍ଟରେ ବନ୍ଧା ହେଲେ ମହିଳା । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କର୍ଣ୍ଣାଟକ କୋଡିଗେହାଲ୍ଲି ଅଞ୍ଚଳରେ । ଭାଇରାଲ ହୋଇଥିବା ଏକ ଭିଡିଓରୁ ଏହି ଘଟଣା ପଦାକୁ ଆସିଛି ।

ଭାଇରାଲ ହୋଇଥିବା ଭିଡିଓରେ କିଛି ଲୋକ ଜଣେ ମହିଳାଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଦେବା ସହ ତାଙ୍କୁ ନିସ୍ତୁକ ମାଡ ମାରୁଥିବା ଦେଖିବାକୁ ମିଳୁଛି । ଏହା ସହ ସେଠାରେ ଉପସ୍ଥିତ ଥିବା କିଛି ଲୋକ ମହିଳାଙ୍କୁ ଚପଲ ଏବଂ ଝାଡୁରେ ମାରିବା ପାଇଁ ପାଟି କରୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ତେବେ ମହିଳାଙ୍କର ଭୁଲ ଏତିକି ଥିଲା କି ସେ କରଜ ନେଇଥିବା ଟଙ୍କା ସୁଝି ପାରିନଥିଲେ ।

ସୂଚନାନୁସାରେ, କର୍ଣ୍ଣାଟକ ଚମରାଜନଗରର ରାଜାମନୀ ନାମକ ଜଣେ ମହିଳା କୋଡିଗେହାଲ୍ଲି ଅଞ୍ଚଳରେ ନିଜ ଝିଅ ସହ ଗତ କିଛି ବର୍ଷ ହେବ ରହି ଆସୁଥିଲେ । ମହିଳା ଜଣକ କୋଡିଗେହାଲ୍ଲି ଗ୍ରାମର ବହୁ ଲୋକଙ୍କଠୁ ଟଙ୍କା କରଜ ନେଇ ଏକ ହୋଟେଲ କରିଥିଲେ,କିନ୍ତୁ ହୋଟେଲ ଭଲ ନ ଚାଲିବାରୁ ସେ ଲୋକଙ୍କ ଟଙ୍କା ସୁଝି ପାରିନଥିଲେ । ଗ୍ରାମବାସୀଙ୍କଠୁ ପ୍ରାୟ ୫୦ ହଜାର ଟଙ୍କା ଉଧାର ନେଇ ସୁଝି ନ ପାରିବାରୁ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ମହିଳାଙ୍କୁ ଏକ ବିଦ୍ୟୁତ ଖୁଣ୍ଟିରେ ବାନ୍ଧିଦେବା ସହ ନିସ୍ତୁକ ମାଡ ମାରିଥିଲେ ।

ତେବେ ଏନେଇ ପୋଲିସକୁ ଖବର ମିଳିବା ପରେ ପୋଲିସ ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଛି । ଏବେ ବି ମହିଳାଙ୍କୁ ବନ୍ଧା ଯାଇଥିବାର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.

Comments
Loading...