ଶାରିରୀକ ଭାବେ ଭିନ୍ନକ୍ଷମ, କିନ୍ତୁ ମାନସିକ ଭାବେ ସକ୍ଷମ

ଜୀବନରେ ଆସିଛି ଅନେକ ଝଡଝଞ୍ଝା ।  କେତେବେଳେ ସୁଖ ତ ଆଉ କେତେବେଳେ ଦୁଃଖ ।  ଦିବ୍ୟାଙ୍ଗ ଥିବାରୁ ସେ ଶୁଣିଛି ଅନେକ ଟାହିଟାପରା, ତଥାପି ହାରିନି ।  ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସରେ ଆମେ କହୁଛୁ ଏଭଳି କିଛି ଯୋଦ୍ଧାଙ୍କ କଥା , ଯିଏ ପାଲଟିଛନ୍ତି ଅନ୍ୟଙ୍କ ପାଇଁ ଉଦାହରଣ ।

ଶରୀରର ଯନ୍ତ୍ରଣା ଏବେ ଶବ୍ଦର ରୁପ ନେଲାଛି । ଦାଣ୍ଡ ଧୂଳିରେ ଖେଳିବା ବୟସରୁ ଝରଣାର ସମୟ ବିତିଯାଇଛି ଡାକ୍ତରଖାନାରେ । ସ୍କୁଲରେ ଖେଳ ଛୁଟିର ଘଣ୍ଟା ବାଜିଲେ ତାର ବି ମନ ହେଉଥିଲା ସାଙ୍ଗସାଥୀଙ୍କ ସହ ସେ ବି ସ୍କୁଲ ପଡିଆରେ ଖେଳନ୍ତା । କିନ୍ତୁ ଜନ୍ମର କେଇ ଦିନ ପରେ ଜଣାପଡିଲା ଝରଣା ଥାଲାସେମିଆରେ ପୀଡିତ ଅଛି । ଏବେ ପ୍ରତି ମାସରେ ୩ ଥର ରକ୍ତ ନେଉଛନ୍ତି । ହେଲେ କେବେ ବି ହାର ମାନି ନାହିଁ ଝରଣା ।  ଆତ୍ମନିର୍ଭରଶୀଳ ହୋଇ ବଞ୍ଚିବାର ନିଶା ତାଙ୍କୁ ବଞ୍ଚାଇ ରଖିଛି ।  ହୋଟେଲ ମ୍ୟାନେଜମେଣ୍ଟ ରେ ଶିକ୍ଷା ଲାଭ କରିବା ପରେ ଚାକିରି କଲେ । କିନ୍ତୁ ଏବେ ଚାକିରି ଛାଡି ଥାଲାସେମିଆ ରୋଗୀଙ୍କ ପାଇଁ କାମ କରୁଛନ୍ତି ଝରଣା ।

ଆଉ ଜଣେ ହେଉଛନ୍ତି ସ୍ମୃତି  । ତାଙ୍କୁ ମଞ୍ଚରେ ଗୀତ ଗାଇବାର ସୁଯୋଗ ମିଳିନାହିଁ  କିନ୍ତୁ ଘର ଭିତରେ ଏମିତି ପଦେ ଅଧେ ଗୀତ ଗାଇଦିଅନ୍ତି ସ୍ମୃତି ।  ସ୍ମୃତିଙ୍କ ଅତିତ କେବଳ ସ୍ମୃତି ହୋଇ ରହିଯାଇଛି ।  ନୀଳ ଆକାଶରେ ମୁକ୍ତ ବିହଙ୍ଗ ହୋଇ ଉଡିବାକୁ ତାଙ୍କର ବି ମନ ଥିଲା । ହେଲେ କିଏ ବା ଜାଣିଥିଲା  ଦିନେ ତାଙ୍କର ହସଖୁସିର ଦୁନିଆରେ କଳା ବାଦଲ ଛାଇଯିବ । ସେତେବେଳକୁ ବୟସ ମାତ୍ର ୧୪ ହେବ  ଆଉ ହଠାତ ଚାଲିଗଲା ଦୃଷ୍ଟି ଶକ୍ତି । କେବଳ ସ୍ମୃତି ନୁହଁ ତାଙ୍କ ବଡ ଭଉଣୀବି ହରାଇ ବସିଥିଲେ ଦୃଷ୍ଟିଶକ୍ତି ।  ପରିସ୍ଥିତି ଏଭଳି ଆସିଥିଲା ଯେ ଆତ୍ମହତ୍ୟା କରିବାକୁ ବି ନିଷ୍ପତ୍ତି ନେଇସାରିଥିଲେ ସ୍ମୃତି । କିନ୍ତୁ ଏବେ ଆଗକୁ ବଢି ବଞ୍ଚିବା ପାଇଁ ଜାରି ରଖିଛନ୍ତି ସଂଗ୍ରାମ । ଏହି ଦୁଇ ଯୁବତୀ କୌଣସି ଯୋଦ୍ଧାଙ୍କ ଠାରୁ କମ୍‌ ନୁହନ୍ତି । ଅନେକ ପାଇଁ ପାଲଟିଛନ୍ତି ଉଦାହରଣ ।

Comments (0)
Add Comment